ଆସନ୍ତାକାଲି ଠାରୁ ଖୋଲିବ ନାହିଁ ପ୍ରଥାମିକ ବିଦ୍ୟାଳୟ

ଆସନ୍ତାକାଲି ଠାରୁ ଖୋଲିବ ନାହିଁ ପ୍ରଥାମିକ ବିଦ୍ୟାଳୟ

ଭୁବନେଶ୍ୱର: ବଦଳିଲା ନିଷ୍ପତି । ଆସନ୍ତାକାଲି ଠାରୁ ଖୋଲିବ ନାହିଁ ପ୍ରଥାମିକ ବିଦ୍ୟାଳୟ । ପୂର୍ବ ନିଷ୍ପତିକୁ ସାମୟିକ ସ୍ଥଗିତ କରିଛନ୍ତି ରାଜ୍ୟ ସରକାର ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିଥିଲ ।

ସାମ୍ପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି ତଥା ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପୂୂର୍ବ ଭଳି ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: