ଜୁନ ଶେଷ ସପ୍ତାପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଜୁନ ଶେଷ ସପ୍ତାପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚଳିତ ଜୁନ୍‍ ମାସ ଶେଷ ସପ୍ତାପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଖାତା ଦେଖା ଶେଷ ହେବା ପରେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ, ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା।

ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା। ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ। ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରଶ୍ନ ସୁରକ୍ଷିତ ରଖିବା ଓ ପରୀକ୍ଷା ଦିନ ପରୀକ୍ଷାକେନ୍ଦ୍ରକୁ ପଶ୍ନପତ୍ର ପଠାଇବା ନିମେନ୍ତ ମୋଟ ୩୧୫ ନୋଡାଲ ସେଣ୍ଟର କରାଯାଇଥିଲା। ଯାହା ଭିତରୁ ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଥିଲା। ୬୫ଟି ଫ୍ଲାଇଂ ସ୍କାର୍ଡ ପରୀକ୍ଷା ଉପରେ ନଜର ରଖିବାକୁ ମୁତୟନ ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: