ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ, କାଲି ଗଢା ହେବ ନବୀନଙ୍କ ନୂଆ ଟିମ୍

ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ, କାଲି ଗଢା ହେବ ନବୀନଙ୍କ ନୂଆ ଟିମ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ଏକାଥରେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ମନ୍ତ୍ରୀ ଦେଲେ ଇସ୍ତଫା। ରାଜ୍ୟ ମନ୍ତ୍ରିମଣ୍ଡଳରେ ହୋଇପାରେ ଆମୂଳଚୂଳ ପରିବର୍ତ୍ତନ। ଆସନ୍ତାକାଲି ସକାଳ ୧୧ଟା ୪୫ମିନିଟରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ରାଜଭବନରେ ଶପଥ ଗ୍ରହଣ ନେଇ ପ୍ରସ୍ତୁତି ଚାଲିଥିବା ସୂଚନା । ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଉଥିବା ସୂଚନା। ଏହାସହ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥବା ସୂଚନା ମିଳିଛି। ତେବେ ନବୀନଙ୍କ ନୂଆ ଟିମ୍ ରେ କିଏ ରହିବେ ସେ ନେଇ ସସ୍ପେନସ୍ ବଢ଼ିବାରେ ଲାଗିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: