କୋରୋନା ଟିକାକରଣ ପାଇଁ କମିଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ସେଥିପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟିକାକରଣ ଅଧିକାରୀ। ସେହିପରି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସସିବି ମେଡିକାଲର କେତେକ ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞ ମଧ୍ୟ କମିଟିର ସଦସ୍ୟ ରହିବେ।

ସେହିପରି ଜିଲ୍ଳାସ୍ତରରେ ମଧ୍ୟ କମିଟି ଗଠନ କରାଯିବ। ସବୁ ଜିଲ୍ଲାରେ ସିଡିଏମଓ ଅଧ୍ୟକ୍ଷ ଓ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ରହିବେ। ୧୪ ଜଣିଆ ଜିଲ୍ଲାସ୍ତରୀୟ ଟୀକାକରଣ କମିଟିର ମୁଖ୍ୟ ସିଡିଏମଓ ରହିବେ। ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ସଦସ୍ୟ ରହିବେ। ଜିଲ୍ଲାରେ କିପରି ଟିକାକରଣ ହେବ, ସେନେଇ ଜିଲ୍ଲାସ୍ତରୀୟ କମିଟି ନଜର ରଖିବ ।

%d bloggers like this: