ଆଜି ‘ଭାରତ ବନ୍ଦ’; ଦିନ 11ରୁ ଅପରାହ୍ଣ 3ଟା ଯାଏ ଚକ, ଅଖ ସବୁ ବନ୍ଦ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ର ଡାକରା ଦିଆଯାଇଛି । ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଆହ୍ବାନକୁ କଂଗ୍ରେସ ସମେତ ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ବିଜେପି କହିଛି ।

ଏହାରି ମଧ୍ୟରେ ଚାଷୀ ନିଜ ଜିଦ୍ ରେ ଅଟଳ ରହିଛନ୍ତି । କେନ୍ଦ୍ର ସରକାରଙ୍କ ପଞ୍ଚମ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଏଭଳି ସ୍ଥଳେ ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାର ରହିଛି ।ଏହା ପୂର୍ବରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି ।

ଚାଷୀ ସଂଗଠନର ବନ୍ଦ ପାଳନ ଫଳରେ ପ୍ରଭାବିତ ହେବ କ୍ଷୀର, ଫଳ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ । ତେବେ ଆମ୍ବୁଲାନ୍ସ, ଅଗ୍ନିସମ, ହସ୍ପିଟାଲ ଚିକିତ୍ସା ଏବଂ ଔଷଧ ଦୋକାନ ଭଳି ଜରୁରୀ ସେବା ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି । ସେହିପରି ବନ୍ଦ ଯୋଗୁଁ ଅଟକିବ ନାହିଁ ବିବାହ ଉତ୍ସବ । ସକାଳ 6ରୁ ସଂଧ୍ୟା 6ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଅପରାହ୍ନ ୩ଟା ଯାଏଁ ଚକା ଜାମ କରିବାକୁ ନିଷ୍ପତି ହୋଇଛି । ତେଣୁ ଗାଡି, ମୋଟର ଚଳାଚଳ, ଟ୍ରେନ ସେବା ଓ ଟ୍ରକରେ ମାଲ ପରିବହନ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଚାଷୀ ସଂଗଠନଗୁଡିକ ଆହ୍ୱାନ ଦେଇଛନ୍ତି । ସାଧାରଣ ଲୋକେ ଏଥିରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଅପିଲ କରିଛନ୍ତି । ଭାରତ ବନ୍ଦ୍ କୁ କୃଷକ ଓ ଚାଷୀ ସଂଗଠନକୁ 18ଟି ପ୍ରମୁଖ ବିରୋଧୀ ଦଳ ସମର୍ଥନ କରୁଛନ୍ତି ।

%d bloggers like this: