ରାଜ୍ୟ ସରକାରଙ୍କ ମୁଣ୍ଡରେ ୯୭ ହଜାର ୮୨୩ କୋଟି ଋଣଭାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୋଟ ୧୧,୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ବଜେଟରେ ବିଶେଷ କରି ସ୍ୱାସ୍ଥ୍ୟ ଓ ପଞ୍ଚୟତିରାଜ ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୭୬୮ କୋଟି ୭୭ ଲକ୍ଷ ବ୍ୟୟବରାଦ କରାଯାଇଛି । ସେହିପରି ପଞ୍ଚାୟତିରାଜ ବିଭାଗକୁ ୨୦୪୬ କୋଟି ୧୧ ଲକ୍ଷ ଟଙ୍କାର ଅର୍ଥ ବରାଦ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗକୁ ୨୩୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଖାଦ୍ୟ ସୁରକ୍ଷା ବାବଦକୁ ୧୦୭୮ କୋଟି ୩୦ ଲକ୍ଷ ଟଙ୍କା, ଶକ୍ତି ବିଭାଗକୁ ୯୫୬ କୋଟି ବ୍ୟୟ ବରାଦ କରାଯାଇଛି। ଅନୁରୂପ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪ କୋଟି ୨୨ ଲକ୍ଷ ଟଙ୍କା ବରାଦ କରାଯାଉଛି।

ଚଳିତ ଆର୍ଥିକ ବର୍ଷର ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ହ୍ରାସ ପାଇଥିବାରୁ ରାଜସ୍ୱ ପ୍ରାପ୍ତି ୬. ୫ ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ବଳକା ୬୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭,୮୨୩ କୋଟି ଟଙ୍କା ରହିଛି, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ।

%d bloggers like this: