ଆସିବ ‘ତେରେ ନାମ୍’ ସିକ୍ୱେଲ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁଣି ଆସିବ ‘ତେରେ ନାମ୍’ ସିକ୍ୱେଲ। ଏନେଇ ଇସାରା ଦେଇଛନ୍ତି ନିର୍ଦ୍ଦେଶକ ସତୀଶ କୌସିକ। ଏକ ସାକ୍ଷାତକାରରେ ସେ ଏନେଇ ଇସାରା କରିଛନ୍ତି। ତାଙ୍କ ନିକଟରେ ଅନେକ କାହାଣୀ ଅଛି। ଯେଉଁ କାହାଣୀକୁ ନେଇ ‘ତେରେ ନାମ୍’ କାହାଣୀ ଆଗେଇ ପାରିବ ବୋଲି ସେ କହିଛନ୍ତି। ମାତ୍ର, ଏନେଇ ସଲମାନଙ୍କ ସହ ସେ ଆଲୋଚନା କରି ନ ଥିବା କହିଛନ୍ତି।

୨୦୦୩ ମସିହାରେ ରିଲିଜ୍ ହୋଇଥିଲା ସଲମାନ ଖାନଙ୍କ କ୍ରେଜିଏଷ୍ଟ ଲଭଷ୍ଟୋରୀ ‘ତେରେ ନାମ୍’। ଏଥିରେ ସଲ୍ଲୁ ଭାଇ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ। ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକମାନେ ସେତେବେଳେ ଖୁବ୍ ପସନ୍ଦ କରିଥିଲେ। ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭୂମିକା ଚାୱଲା ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ।

%d bloggers like this: