ଜେରୀଙ୍କ ଚୁକ୍ତି ମିଆଦି ବୃଦ୍ଧି

ଜେରୀଙ୍କ ଚୁକ୍ତି ମିଆଦି ବୃଦ୍ଧି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମିଜୋରମର ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି ଓଡ଼ିଶା ଏଫସି ମ୍ୟାନେଜମେଣ୍ଟ। ୨୪ ବର୍ଷୀୟ ଏହି ଷ୍ଟାର ଖେଳାଳି ଓଡ଼ିଶା ଏଫସି ପକ୍ଷରୁ ୨ଟି ସିଜନରେ ୩୪ ମ୍ୟାଚ୍ ଖେଳି ୪ ଗୋଲ ସ୍କୋର କରିଥିବା ବେଳେ ୧୦ରେ ସହାୟତା କରିଥିଲେ। ୨୦୧୯-୨୦ରେ ସେ ଏଫପିଏଆଇ ଉଦୀୟମାନ ଯୁବ ଖେଳାଳି ପୁରସ୍କାର ହାତେଇଥିଲେ। ଜେରୀ ଆଇଏସଏଲରେ ନର୍ଥଇଷ୍ଟ ୟୁନାଇଟେଡ ଓ ଜାମସେଦପୁର ପକ୍ଷରୁ ଖେଳିଛନ୍ତି। ଜେରୀଙ୍କ ଚୁକ୍ତି ମିଆଦ ବୃଦ୍ଧି କରିବା ନେଇ ବ୍ୟକ୍ତିଗତ ଭାବେ ଖୁସି ବୋଲି ଓଡ଼ିଶା ଏଫସି ସିଇଓ ରୋହନ ଶର୍ମା କହିଛନ୍ତି। ଜେରୀ ମଧ୍ୟ ଓଡ଼ିଶା ଏଫସି ଟିମ୍ ସହ ରହିବା ଖୁସି ତଥା ଗର୍ବର କଥା ବୋଲି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: