ଲିଙ୍ଗରାଜ ମନ୍ଦିର ଦର୍ଶନରେ ଆସି ଏଭଳି କହିଲେ ମୁଖ୍ଯମନ୍ତ୍ରୀ

ଲିଙ୍ଗରାଜ ମନ୍ଦିର ଦର୍ଶନରେ ଆସି ଏଭଳି କହିଲେ ମୁଖ୍ଯମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର ବିକାଶ କାର୍ଯ୍ୟରେ ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ବେଢ଼ା ପରିଭ୍ରମଣ କରିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଥିବା ପ୍ରୋଜେକ୍ଟ ଉପରେ ଘୋଷଣା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ତାଙ୍କ ସହ ୫ଟି ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ବିକାଶ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।ତେବେ ପରିଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ସ୍ୱାସ୍ଥ୍ୟବସ୍ଥା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତିି ଯେ ମୋର ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର କରାଯାଉଛି ।, ମୁଁ ସୁସ୍ଥ ଅଛି । ଯେବେ ନିର୍ବାଚନ ଆସେ ସେବେ ଏଭଳି ଗୁଜବ ଉଠେ । ନିର୍ବାଚନ ଆସିଲେ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ କରାଯାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: