କୁଜଙ୍ଗ ନିର୍ବାଚନ, ଚର୍ଚ୍ଚାରେ ନିବେଦିତା

କୁଜଙ୍ଗ ନିର୍ବାଚନ, ଚର୍ଚ୍ଚାରେ ନିବେଦିତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ରାଜନୀତିରେ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରରେ ଅଛନ୍ତି ନବାଗତା ଡ଼ଃ ନିବେଦିତା ପ୍ରିୟଦର୍ଶିନୀ । ସେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କୁଜଙ୍ଗ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ରୂପେ ନିର୍ବାଚନ ମଇଦାନରେ ଲଢ଼େଇ କରୁଛନ୍ତି।କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମହ୍ଲାସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌରପଡା ଗ୍ରାମର ଉଚ୍ଚଶିକ୍ଷିତା ଯୁବତୀ ଡ଼ଃ ନିବେଦିତା ପ୍ରିୟଦର୍ଶିନୀ ଜଣେ ଦକ୍ଷ ଶିକ୍ଷାବିତ ଓ ସଂଗଠକ ଭାବେ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି। ବିଶେଷ କରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିଜ ଅଭିଜ୍ଞତାକୁ ଭିତ୍ତି କରି ତାଙ୍କ ଦ୍ଵାରା ପ୍ରସ୍ତୁତ “ସଂକଳ୍ପ ପତ୍ର”କୁ ନେଇ କୁଜଙ୍ଗ ଜୋନ-୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜନସାଧାରଣଙ୍କ ମନରେ ଆଶାର ସଂଚାର ହୋଇଛି। ଏହି ୧୫ ସୂତ୍ରୀ ସଂକଳ୍ପ ପତ୍ରରେ ଡ଼ଃ ନିବେଦିତା ଅଞ୍ଚଳର ମୌଳିକ ସମସ୍ୟା ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ବାସ୍ତବଧର୍ମୀ ସମାଧାନର ପନ୍ଥା ବିଷୟରେ ବିଶଦ ଆଲୋଚନା କରିଛନ୍ତି। ତାଙ୍କ ପ୍ରଚାର ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ ରହୁଛି। ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସମସ୍ତ ୯ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ମାନଙ୍କରେ ଘରକୁ ଘର ବୁଲି ପ୍ରତ୍ୟେକ ମତଦାତାଙ୍କୁ ସେମାନଙ୍କ ବହୁମୂଲ୍ୟ ଭୋଟ କଂଗ୍ରେସ ସପକ୍ଷରେ ପ୍ରଦାନ କରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ମଦ, ମାଂସ କିମ୍ୱା କୌଣସି ପ୍ରକାରର ପ୍ରଲୋଭନର ଶିକାର ନ ହୋଇ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ନିବେଦନ କରିଛନ୍ତି ଡ଼ଃ ନିବେଦିତା। ତାଙ୍କ ସଂକଳ୍ପ ପତ୍ରରେ ଉଲ୍ଲିଖିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରୁ ସର୍ବାଗ୍ରେ ରହିଛି ଅଞ୍ଚଳର ଯୁବକଯୁବତୀଙ୍କ କଲ୍ୟାଣ ପାଇଁ ଉତ୍ତମ ମାନର ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ଦକ୍ଷତାର ବିକାଶ। ତାଙ୍କ ସ୍ଲୋଗାନ “ମୁଁ ଝିଅ ମୁଁ ଲଢ଼ି ପାରିବି” ଚର୍ଚ୍ଚାର କେନ୍ଦ୍ରରେ ରହିଛି। ସେ କହିଛନ୍ତି ” ଅଞ୍ଚଳର ଗରିବରୁ ଗରିବତମ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଥିଲା ପିଲାଟି ଦିନରୁ ମୋର ସ୍ବପ୍ନ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: