୧୮ ମାସରେ ସରିବ ୮୯ଟି ଇନଡୋର ଷ୍ଟାଡିୟମ୍, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି

୧୮ ମାସରେ ସରିବ ୮୯ଟି ଇନଡୋର ଷ୍ଟାଡିୟମ୍, ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଶେଷ କରି କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟ ୧୮ ମାସରେ ଶେଷ ହେବ…
କ୍ୟାବିନେଟ୍ ନିଷ୍ପତ୍ତି
ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ କ୍ଯାବିନେଟ୍ ମଞ୍ଜୁରୀ
ଏହି ଯୋଜନାରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟିମ୍
ଏଥିପାଇଁ ଖର୍ଚ୍ଚ ହେବ ୬୯୩.୩୫ କୋଟି ଟଙ୍କା
ଭୁବନେଶ୍ୱରରେ ହେବ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ବାତ୍ୟା ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯିବ
ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡିୟମଗୁଡ଼ିକ ୫୦ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ଶହେଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ
ତାଲମ୍ ପ୍ରଦାନ, ସଭା ପରିଚାଳନା ଏବଂ ପରୀକ୍ଷା କେନ୍ଦ୍ର ଭାବେ ବ୍ୟବହାର କରାଯିବ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: