ବାହା ହେବା ପାଇଁ ହରକତ କରୁଥିଲେ ଅନୁଭବ; ବର୍ଷାଙ୍କ ଅଭିଯୋଗ

ବାହା ହେବା ପାଇଁ ହରକତ କରୁଥିଲେ ଅନୁଭବ; ବର୍ଷାଙ୍କ ଅଭିଯୋଗ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦଙ୍କ ପାଇଁ ଏବେ ଅଡୁଆ ବଢ଼ିବାରେ ଲାଗିଛି । ସାଂସଦ ତଥା ଓଲିଉଡ୍ ଷ୍ଚାର ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଣ ଆଣି ନ୍ୟାୟ ଭିକ୍ଷା କରିଛନ୍ତି ଓଲିଉଡ୍ ସୁନ୍ଦରୀ ତଥା ଅନୁଭବଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । କଟକ ଏସଡିଜେଏମ୍ କୋର୍ଟରେ ବର୍ଷା ଅଭିଯୋଗ ଆଣିଛନ୍ତି ଯେ, ଅନୁଭବ ମହାନ୍ତି ତାଙ୍କୁ(ବର୍ଷା) ବିବାହ କରିବା ପାଇଁ କୁଆଡ଼େ ହରକତ କରୁଥିଲେ ।

ସଂସାର ଆରମ୍ଭ କରିଥିବା ଓଲିଉଡ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟ ଯାଇଛନ୍ତି ପତ୍ନୀ ତଥା ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ଘରୋଇ କଳି, ମନମାଳିନ୍ୟକୁ ସହି ନପାରି ଅନୁଭବଙ୍କ ଠାରୁ ଅଲଗା ରହିବାକୁ ଚାହୁଁଛନ୍ତି ବର୍ଷା, ଆଉ ଏଥିପାଇଁ ସେ କୋର୍ଟକୁ ଯାଇଛନ୍ତି । କଟକ ସଦର ଅଦାଲତରେ ଅନୁଭବଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବର୍ଷା ।

ଅଭିଯୋଗ ମୁତାବକ ନିଜର ଭରଣ ପୋଷଣ ନେଇ ବର୍ଷା ସିଆରଏଲଏମସି ନମ୍ବର 94/2020ରେ ପ୍ରୋଟେକ୍ସନ ଅଫ୍ ୱିମେନ୍ ଫ୍ରମ୍ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ 2005ର ଦଫା 12, 17, 18, 19, 20 ଓ 22ରେ ମକଦ୍ଦମା ଦାଏର କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ବେଡ୍ ରୁମରେ ମଦ୍ୟପାନ କରୁଛନ୍ତି । କେବଳ ସେତିକ ନୁହେଁ ସମସ୍ତଙ୍କ ସାମ୍ନାରେ ବର୍ଷାକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଛନ୍ତି । ଏହାର ବିରୋଧ କରିବାକୁ ଅନୁଭବ କୁଆଡ଼େ ତାଙ୍କୁ ଧକ୍କା ଦେଇ ଘରୁ ବାହାର କରିଦେଇଥିବା ବର୍ଷ। ଅଭିଯୋଗ ଆଣିଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

କେବଳ ସେତିକି ନୁହେଁ ଓଡ଼ିଆ ସିନେ ଜଗତର କିଛି ଝିଅଙ୍କ ସହ ଅନୁଭବଙ୍କ କୁଆଡ଼େ ସମ୍ପର୍କ ରହିଛି ବୋଲି ମଧ୍ୟ ଓଲିଉଡରୁ ନେଇ ଜଲିଉଡ, ସିନେମା ଘରୁ ନେଇ ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚି ସାରିଛି ।

ତେବେ ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ଠାରୁ ଘର ଭଡ଼ା ବାବଦକୁ ମାସକୁ 20 ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ 50 ହଜାର ଟଙ୍କା , କ୍ଷତିପୁରଣ ପାଇଁ 13 କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ 2 କୋଟି ଟଙ୍କା କ୍ଷତିପୁରଣ ଦାବି କରିଛନ୍ତ ବର୍ଷା । ମକଦ୍ଦମାଟି ମାନ୍ୟବର ଅଦାଲତଙ୍କ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇ ଦିଆଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

%d bloggers like this: