‘ଡନ୍’ର ନାହିଁ ଦମ୍, SRK କ୍ୟାରିୟର ଖତମ୍ ?

‘ଡନ୍’ର ନାହିଁ ଦମ୍, SRK କ୍ୟାରିୟର ଖତମ୍ ?

ପ୍ରିଜମ୍ ନ୍ୟୁଜ: ଲଗାତର ପ୍ଲଫ୍‌ ଫିଲ୍ମ ଦେବା ପରେ ମଧ୍ୟ କମିନି ବଲିଉଡ୍‌ର କିଙ୍ଗ୍‌ ଖାନଙ୍କ ଡିମାଣ୍ଡ । କାହିଁକି ନା ବଲିଉଡ୍‌ର ବାଦଶାହଙ୍କ ପାଖରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଲମ୍ବା ଲାଇନ । କିନ୍ତୁ ଶାହାରୁଖ, ଗୋଟିଏ ପରେ ଗୋଟିଏ ଫିଲ୍ମ ମେକରଙ୍କୁ ମନା କରିବାରେ ବ୍ୟସ୍ତ । ଖବର ଅନୁଯାୟୀ ଏପର୍ଯ୍ୟନ୍ତ ୫୦ଟି ଫିଲ୍ମ ଅଫରକୁ ରିଜେକ୍ଟ କରିସାରିଛନ୍ତି । ଏପରିକି ଭାଇଜାନ ସଲମାନ ଖାନ ଓ ପ୍ରତିଷ୍ଠିତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମକୁ ମଧ୍ୟ ମନା କରିଦଇଛନ୍ତି ରୋମାନ୍ସ ବାଦଶାହା ଶାହାରୁଖ। ତେବେ ଏବେ ରହସ୍ୟ ଘେରରେ ରହିଛି ଆଗାମୀ ଫିଲ୍ମ । ୨୦୧୮ପରଠାରୁ ଶାହାରୁଖଙ୍କୁ ଆଉ ବଡ଼ ପରଦାରେ ଦେଖିବାକୁ ମିଳୁନି। କୋଟି କୋଟି ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ତାଙ୍କ ଆଗାମୀ ଫିଲ୍ମର ଆନାଉସମେଣ୍ଟ ପାଇଁ। ହେଲେ ୨ବର୍ଷ ହେବ କୌଣସି ଖୁସି ଖବର ଦେଉନାହାନ୍ତି ଶାହାରୁଖ । ୯୦ ଦଶକରେ ସିଲଭର୍‌ ସ୍କ୍ରିନରେ ପାଦ ରଖିଥିବା ଶାହାରୁଖଙ୍କୁ ଏବେ ବି ବଡ଼ ବଡ଼ ପ୍ରଯୋଜକ ସହ ନିର୍ଦ୍ଦେଶକ ମଧ୍ୟ ନିଜ ପ୍ରୋଜେକ୍ଟରେ ସାମିଲ କରିବାକୁ ଚାହିଁ ବସିଥାଆନ୍ତି। ମାତ୍ର, ୨୦୧୮ରେ ରିଲିଜ୍‌ ଫିଲ୍ମ ‘ଜିରୋ’ର ବିଫଳତା ପରେ ଲାଗୁଛି ଯେମିତି ଶାହାରୁଖ ଟିକେ ଚୁଜି ହୋଇଯାଇଛନ୍ତି। ଏହାରି ମଧ୍ୟରେ ସେ ପାଖାପାଖି ୫୦ରୁ ଅଧିକ ସ୍କ୍ରିଫ୍ଟ ପଢ଼ିସାରିଛନ୍ତି । ୨୦ଟି ଫିଲ୍ମ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ହେଲେ କେବଳ ୪ଟି ଫିଲ୍ମ ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଏହି ୪ଟି ପ୍ରୋଜେକ୍ଟ ମଧ୍ୟରେ ରହିଛି ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’, ରାଜକୁମାର ହିରାନୀ ଓ ରାଜ-ଡିକେଙ୍କ କମେଡି ଫିଲ୍ମ ଏବଂ ଅଟଲେ କୁମାରଙ୍କ ଆକ୍ସନ ପିଲ୍ମ।


ଏବେ ନଜର ପକାଇବା ରିଜେକ୍ଟ କରିଥିବା କିଛି ପ୍ରମୁଖ ଫିଲ୍ମ ବିଷୟରେ। ୨୦ଟି ଫିଲ୍ମକୁ ରିଜେକ୍ଟ କରିଛନ୍ତି ଶାହାରୁଖ । ସଞ୍ଜୟ ଲୀଲା ଭଂସାଲୀ, ସଲମାନ ଖାନ, ଅଲ୍ଲୀ ଅବାସ ଖାନ ଓ ମଧୁର ଭଣ୍ଡାରକରଙ୍କ ପରି ବଲିଉଡ୍‌ର ପ୍ରତିଷ୍ଠିତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ମନା କରିଦେଇଛନ୍ତି। ଏପରିକି ସ୍ପେସ ମ୍ୟାନ ରାକେଶ ଶର୍ମାଙ୍କ ଉପରେ ଆଧାରିତ ବାୟୋପିକ୍‌ ‘ସାଲ୍ୟୁଟ’କୁ ମଧ୍ୟ କରିବା ପାଇଁ ରାଜି ହୋଇନାହାନ୍ତି। ସ୍ପେସ୍‌ ଉପରେ ଆଧାରିତ ହୋଇଥିବା ‘ଜିରୋ’ର ବିଫଳତା ପରେ ଆଉ ଏକ ସ୍ପେସ ଫିଲ୍ମ ଉପରେ କାମ କରିବାକୁ ସାହସ ପାଉ ନ ଥିବା ଜଣାପଡ଼ିଛି। ପରେ ଶାହାରୁଖ ଆକ୍ସନ ଫିଲ୍ମ ଖୋଜିବାରେ ଲାଗିଲେ । ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଦେଶୀ କମେଡି ସହ ଆକ୍ସନ ଫିଲ୍ମ ‘ଇନ୍ସପେକ୍ଟର ଘାଲିବ’କୁ ନେଇ ପହଞ୍ଚିଥିଲେ । କାହାଣୀ ପସନ୍ଦ ହୋଇଥିଲା, ହେଲେ ବାସ୍ତବ ଚରିତ୍ରକୁ ନେଇ ଫିଲ୍ମ କରୁଥିବା ମଧୁର ଭଣ୍ଡାରକରଙ୍କୁ ଶାହାରୁଖ ମନା କରିଦେଇଥିଲେ।

ଏହା ପରେ ସାହିର ଲୁଧିଆନ ବାୟୋପିକ ପାଇଁ ଶାହାରୁଖଙ୍କୁ ସାଇନ କରିବାକୁ ଚାହୁଁଥିଲେ ସଞ୍ଜୟ ଲୀଲା ଭଂସାଲୀ । ହେଲେ ‘ସିରିୟସ ଓ ରିସ୍କି’ ହେବା କହି ଶାହାରୁଖ ଟାଳି ଦେଇଛନ୍ତି । କେବଳ ଏତିକି ନୁହେଁ, ନିଜ ବନ୍ଧୁ ସଲମାନ ଖାନଙ୍କୁ ମଧ୍ୟ ମନା କରିଛନ୍ତି। ସଲମାନ ଆଣିଥିବା ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ ଯେଉଁଥିରେ ଶାହାରୁଖ ପୋଲିସ ଭୂମିକାରେ ନଜର ଆସିଥାଆନ୍ତେ, ହେଲେ ନମ୍ର ଭାବେ ନିଜ ସାଙ୍ଗକୁ ମନା କରିଥିଲେ । ଯାହା ଜଣାପଡ଼ୁଛି ଶାହାରୁଖ କିଛି ବଡ଼ ଖୋଜୁଛନ୍ତି, ଯାହା ତାଙ୍କୁ ମିଳୁନାହିଁ । ଏହା ପରେ ଅଲୀ ଅବ୍ବାସ୍ ଜାଫରଙ୍କ ‘ମିଷ୍ଟର ଇଣ୍ଡିଆ ’ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଥିରେ ନେଗେଟିଭ କ୍ୟାରେକ୍ଟର ପାଇଁ ଚିନ୍ତା କରିଥିବା ବେଳେ ଫିଲ୍ମ ପାଇଁ କାମ କରିପାରିବେ କି ନାହିଁ ତାହା ଭବିଷ୍ୟତରେ ଜଣାପଡ଼ିବ।
ଏଥିସହ କବୀର ଖାନ, ଆଦିତ୍ୟ ଚୋପ୍ରା ଓ କରନ ଜୋହରଙ୍କ ସହ ଆଲୋଚନା କରିଛନ୍ତି । ଏବେ ଦେଖିବାକୁ ବାକି ଅଛି ଫିଲ୍ମ ‘ପଠାନ’ ପାଇଁ କେବେ ଅଫିସିଆଲି ଘୋଷଣା କରୁଛନ୍ତି ଶାହାରୁଖ ଖାନ ।

%d bloggers like this: