ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ‘ମଦ ପିଇ ସ୍ୱାମୀ ମତେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଅନ୍ତି। ବିରୋଧ କରିବାରୁ ଅନେକ ଥର ଧକ୍କା ମଧ୍ୟ ମାରିଛନ୍ତି।’ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିଜର ସ୍ୱାମୀ ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ବର୍ଷା। ଏସ୍‌ଡିଜେଏମ କଟକ ସଦର ଅଦାଲତରେ ନିଜର ଭରପୋଷଣ ପାଇଁ ଆବେଦନ କରିଛନ୍ତି । ଅଭିଯୋଗ ଫର୍ଦ୍ଦରେ ବର୍ଷା ନିଜ ସ୍ବାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି ।

ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ନିଜର ବନ୍ଧୁମାନଙ୍କ ସହ ମିଶି ବେଡ୍‌ ରୁମ୍‌ରେ ମଦ ପିଅନ୍ତି । ଏହାସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଏହାକୁ ବିରୋଧ କରିବାରୁ ବହୁବାର ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି ବୋଲି ବର୍ଷା ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବା ମଧ୍ୟ ବର୍ଷା ଅଭିଯୋଗ କରିଛନ୍ତି । ତେଣୁ ଅନୁଭବ ଭରଣପୋଷଣ ଦାୟିତ୍ୱ ନେବାକୁ ବର୍ଷା ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।


ଏଥିପାଇଁ ବର୍ଷା ଘର ଭଡ଼ା ବାବଦକୁ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ପାଇଁ ୫୦ ହଜାର ଟଙ୍କା ଓ କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଦାବି କରିଛନ୍ତି। ସେହିପରି ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି।

ଅନ୍ୟପଟେ ବର୍ଷାଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ସାଂସଦ ଅନୁଭବ। ସେ କହିଛନ୍ତି, ମୋ ପାଖକୁ ସେମିତି କିଛି ନୋଟିସ୍ ଆସିନି, ଆସିଲେ ଜଣାଇବି।

%d bloggers like this: