ପୁଞ୍ଜି ଆସିବ, ନିଯୁକ୍ତି ମିଳିବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟକୁ କେମିତି ଅଧିକ ପୁଞ୍ଜି ଆସିବ, ସେହି ଚିନ୍ତାରେ ଏବେ ରାଜ୍ୟ ସରକାର। ସେଥିପାଇଁ କୋରୋନା ସମୟରେ ମଧ୍ୟ ଓଡ଼ିଶାରେ ଅନେକ ସଂସ୍ଥା ପୁଞ୍ଜି ନିବେଶ ପାଇଁ ମନ ବଳାଉଛନ୍ତି। ମଙ୍ଗଳବାର ରାଜ୍ୟ ସରକାର ୪୬୪.୭୨ କୋଟି ଟଙ୍କା ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅଥୋରିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନୁମୋଦିତ ପ୍ରସ୍ତାବରେ ୮୭୩ ଜଣଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ସୂଚନା ମିଳିଛି।

%d bloggers like this: