ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମେରିକା ଫାଇଜର କମ୍ପାନୀ ଆଣିବ କୋରୋନା ଟିକା। କୋରୋନା ଟିକା ସମ୍ପର୍କରେ ଫାଇଜର କମ୍ପାନୀ ସୂଚନା ଦେଇଛି। ଚୂଡ଼ାନ୍ତ ପରୀକ୍ଷଣରେ ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ କହିଛି। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଏହି ଟିକା ବେଶ୍ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅନୁମତି ପାଇଁ କମ୍ପାନୀ ଖୁବଶୀଘ୍ର ଆବେଦନ କରିବ। ଆମେରିକାର ରେଗୁଲାଟୋରୀ ଅଥରିଟି ନିକଟରେ କମ୍ପାନୀ ଆବେଦନ କରିବ।
The study reached 170 confirmed cases of #COVID19, with the #vaccine candidate BNT162b2 demonstrating 95% efficacy beginning 28 days after the first dose.
— Pfizer Inc. (@pfizer) November 18, 2020
କୋରୋନା ଭୂତାଣୁ ସହ ମଣିଷର ଲଢ଼େଇ ଚାଲିଥିବାବେଳେ ଏହାରି ଭିତରେ ସାରା ବିଶ୍ୱର ବୈଜ୍ଞାନିକ ଏହାର ଟିକା ବାହାର କରିବାରେ ବ୍ୟସ୍ତ ରହିଛନ୍ତି। ବିଭିନ୍ନ ଦେଶ ଏନେଇ ଦିନରାତି କାମ କରୁଛନ୍ତି। ତେବେ ଆମେରିକାର ଫାଇଜର କମ୍ପାନୀ ଏଦିଗରେ ଖୁବଶୀଘ୍ର ଶୁଭଖବର ଦେବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।
Breaking News: Pfizer completed its coronavirus vaccine trial. It says the shots are 95 percent effective, have no serious side effects and work for older people. https://t.co/PX1rCS8mxr
— The New York Times (@nytimes) November 18, 2020