ହ୍ୟୁମାନ ସାଗରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ବିବାଦ ପିଛା ଛାଡୁନି। ବାବୁସାନ୍- ପ୍ରକୃତି, ବର୍ଷା- ଅନୁଭବ ବା କଳାକାରଙ୍କ ଆତ୍ମହତ୍ୟା ନେଇ ଉପୁଜିଥିବା ବିବାଦ ଟିକେ ଶାନ୍ତ ପଡିବା ବେଳକୁ ଏବେ ପୁଣି ଓଡ଼ିଶାର ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ବିବାଦ ଦେଖା ଦେଇଛି। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ ଏବେ କଟକ ସେକ୍ଟର ୬ରେ ରହୁଥିବା ବେଳେ ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ସେହିପରି ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର କଟକ ଡିସିପିଙ୍କ ଅଫିସକୁ ଯାଇ ସେ ଏନେଇ ଏକ ଅଭିଯୋଗ କରିଛନ୍ତି । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା କାଲି ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେଠାରେ ଉଭାୟଙ୍କ କାଉନସିଲିଂ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ନିଜର ଗୀତକୁ ନେଇ ଅନେକ ଥର ହ୍ୟୁମାନ ସାଗର ବିବାଦରେ ରହି ଆସିଛନ୍ତି।

Leave a Reply

Your email address will not be published. Required fields are marked *