ଆସୁଛି ‘ପ୍ରେମୀ ଆୱାରା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖୁବଶୀଘ୍ର ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ୫ମ ଫିଲ୍ମ ‘ପ୍ରେମୀ ଆୱାରା’ ଦର୍ଶକଙ୍କ ସାମ୍ନାକୁ ଆସିବ। ଏନେଇ ଫିଲ୍ମର ଶୁଭ ମହୁରତ ଶେଷ ହୋଇଛି। ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ। ମହରୁତ ଅବସରରେ ଫିଲ୍ମର ପ୍ରଯୋଜକ ପ୍ରଭାତୀ ଆଚାର୍ଯ୍ୟ, ନିର୍ଦ୍ଦେଶକ ଲୁବୁନ-ଟୁବୁନ୍ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଉପସ୍ଥିତ ଥିଲେ। ଅନ୍ୟପଟେ ଅଭିନୟରେ ନୂଆ ଲିଡ୍ ପେୟାର୍ ଭାବେ ନଜର ଆସିବେ ଓମ୍‌କାର ଓ ଅଙ୍କିତା। ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ସରୋଜ ଦାସ, ଟନିଆ, କାଳିଆ ଓ ରିସ୍ନାଙ୍କୁ ଦେଖିବାକୁ ମିଳିବ। ଆକ୍ସନ, ରୋମାନ୍ସ ଓ ହାଲକାଫୁଲ୍‌କା କମେଡି ଥିମ୍ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ।

%d bloggers like this: