ଏଥର ଶୁଭିବନି ହସ-ଲୁହର ସଂଳାପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଥର ଖଣ୍ଡଗିରିରେ ଶୁଭିବନି ହସ, ଲୁହର ସଂଳାପ। ଜଳିବନି ଯାତ୍ରା ପେଣ୍ଡାଲର ଝିଲ୍‌ମିଲ୍‌ ଆଲୁଅ। ମଞ୍ଚରେ ଦେଖିବାକୁ ମିଳିବନି ଆଇଟମ୍ ଡ୍ୟାନ୍ସ। କାରଣ ଏଥର ଖଣ୍ଡଗିରି ଯାତ୍ରା ଓ ମେଳାକୁ ମନା କରିଛି ଭୁବନେଶ୍ୱର ମହାନଗର ନିଗମ। କେବଳ ପରମ୍ପରା ରକ୍ଷା କରିବାକୁ ପୂଜା କରାଯିବ। ବିଏମସିର ଏଭଳି ଘୋଷଣା କଳାକାର, ଯାତ୍ରା ପାର୍ଟି ମାଲିକ ଓ ଆୟୋଜକଙ୍କୁ ନିରାଶ କରିଛି। ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ୧୫ ଦିନ ଧରି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଥାନ୍ତି। ମେଳାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ହେବା ସାଙ୍ଗକୁ ଯାତ୍ରା ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଥାଏ। କିନ୍ତୁ ମହାମାରୀ କୋରୋନା ପାଇଁ ମେଳା ଓ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା। କିନ୍ତୁ ଏଥର ଖଣ୍ଡଗିରି ମେଳାରେ ଭିଡକୁ ନଜରରେ ରଖି କଟକଣା ଲଗାଇଛି ବିଏମସି। ମେଳା ସାଙ୍ଗକୁ ଯାତ୍ରା ପରିବେଷଣ କରିବାକୁ ବିଏମ୍‌ସି ମନା କରିଦେଇଛି।

%d bloggers like this: