ଇଦରେ ‘ଗଙ୍ଗୁବାଇ କାଠିଆୱାଡ଼ି’, ଗ୍ୟାଙ୍ଗଷ୍ଟାର ହେବେ ଅଜୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତବର୍ଷ ଇଦରେ ରିଲିଜ ହେବ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ସିନେମାରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଅଭିନୟ କରିବେ। ଖୁବଶୀଘ୍ର ଏହାର ସୁଟିଂ ଶେଷ ହେବ। ଏହି ଫିଲ୍ମରେ ଅଜୟ ଦେବଗନ ଏକ କେମୋ ରୋଲରେ ଆସୁଛନ୍ତି। ଏଥିରେ ସେ ଗ୍ୟାଙ୍ଗଷ୍ଟାର କରିମ୍ ଲାଲା ଭୂମିକାରେ ନଜର ଆସିବେ। ଖୁବଶୀଘ୍ର ଏହି ଭୂମିକା ପାଇଁ ଅଜୟ ସୁଟିଂ ଆରମ୍ଭ କରିବେ। ମୁମ୍ୱାଇ ଭିତରେ କେତେକ ଦୃଶ୍ୟ ସୁଟିଂ ହେବାକୁ ଥିବାବେଳେ ଆଉ କେତେକ ସୁଟିଂ ଆୁଟ୍ ଡୋରରେ ହେବ। ତେବେ ଏହି ଫିଲ୍ମର ସଫଳତା ନେଇ ସଞ୍ଜୟ ବେଶ୍ ଆଶାବାଦୀ ଅଛନ୍ତି।

%d bloggers like this: