ପେଟ ପାଇଁ ମା’ ଠାରୁ ଦୂରେଇ ରହୁଛି ଛୁଆ

ପେଟ ପାଇଁ ମା’ ଠାରୁ ଦୂରେଇ ରହୁଛି ଛୁଆ

(ଭାଗ୍ୟଶ୍ରୀ ମିଶ୍ର):ସ୍ୱାମୀଙ୍କର ସ୍ୱଳ୍ପ ରୋଜଗାର ପିଲା ୩ ଟି କୁ ଉଚ୍ଚ ଶିକ୍ଷା କଥା ଛଡ଼ା ଦୁଇ ବେଳା ଭଲ ଖାଇବାକୁ ମୁଠେ ଦେଇ ନପାରିବାରୁ ବାଧ୍ୟ ହୋଇ କାମ ପାଇଁ ଘରୁ ବାହାରକୁ ବାହାରିଥିଲେ ଗଞ୍ଜାମ ଜିଲା ହିଞ୍ଜିଳି କାଟୁ ବ୍ଲକ ବଡ଼ ଖଣି ବ୍ଲକ ପଂଚାୟତର ନୀଳାଦ୍ରି ବେହେରା। ନିଜ ଅଂଚଳରେ ଆଗେଇ ଚାଲିଥିବା ବିଭିନ୍ନ ସରକାରୀ ପ୍ରକଳ୍ପରେ କାମ ପାଇ ରୋଜଗାର କରି ସ୍ୱାମୀ ଙ୍କୁ ଏବଂ ପରିବାର କୁ ସହଯୋଗ କରିବିବେ ଭାବିଥିଲେ ସେ। ତାଙ୍କ ଚେଷ୍ଟା ବାସ୍ତବ ରୂପ ନେଇଥିଲା ମଧ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ରୋଜଗାର ଯୋଜନା ରେ ହେଉଥିବା କାର୍ଯ୍ୟ ରେ ୪ ବର୍ଷ ହେଲା କାମ କରୁଛନ୍ତି ନୀଳାଦ୍ରି ବେହେରା।

ହେଲେ ନିଜର ୧ ବର୍ଷର ଛୋଟ ପୁଅକୁ ଘରେ ଛାଡି କାମକୁ ଯିବା ଅତ୍ୟନ୍ତ କଷ୍ଟକର ଥିଲା, ସକାଳୁ ୪ ଟାରୁ ଉଠି ନିତ୍ୟ କର୍ମ ସରିବା ସହ ଅନ୍ୟ ୨ ଟି ଝିଅ କଥା ବୁଝି କାମକୁ ଯିବାକୁ ପଡିଥାଏ। ତେବେ ମଜୁରୀ ୨୨୫ ସ୍ଥିର ହୋଇଥିଲେ ମଧ୍ୟ ତାଙ୍କୁ ସବୁବେଳେ ୧୨୫ ରୁ ୧୬୦ ଟଙ୍କା ହିଁ ମିଳୁଛି, ତେବେ ରୋଜଗାରର ଅନ୍ୟ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଯାହା କାମ ମିଳେ ଯେତିକି ଟଙ୍କା ମିଳେ ସେତିକିରେ କାମ କରନ୍ତି ବୋଲି କୁହନ୍ତି ନୀଳାଦ୍ରି l କେବଳ ସେତିକିରେ ସରିନି ଦୁଃଖ, ତାଙ୍କ କମାର ଟଙ୍କା ପ୍ରତିଦିନ କି ସପ୍ତାହରେ ନୁହେଁ ବରଂ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ୫ରୁ୭ ମାସ ରେ ଥରେ ମିଳିଥାଏ। ଏହାସହ କାର୍ଯ୍ୟ ସ୍ଥଳରେ କ୍ରେଜ ର ବ୍ୟବସ୍ଥା ନଥିବାରୁ ଛୋଟ ପିଲାଠୁ ଦୂରରେ ରହି କାର୍ଯ୍ୟ କରିବାକୁ ପଡୁଛି ବୋଲି ନିଜର ଦୁଃଖ ପ୍ରକାଶ କରି କୁହନ୍ତି ନୀଳାଦ୍ରି। ପିଲା ଠୁ ମୁ ଦୁରେଇ ରହୁଛି ଆବଶ୍ୟକ କ୍ଷୀର ମଧ୍ୟ ମୋ ଛୁଆ କୁ ଦେଇ ପାରୁ ନାହିଁ, ଗରିବ ଲୋକ କାମ ନ କଲେ ଖାଇବୁ କଣ ବୋଲି ଦୁଃଖର ସହ କହିନ୍ତି ନୀଳାଦ୍ରି ବେହେରା ।

ଏହାସହ ସେ କୁହନ୍ତି ଓଡ଼ିଶାରେ କାମ ନପାଇ ୫ ମାସ ହେଲା ଦାଦନ ଖଟିବାକୁ କେରଳ ଯାଇଛନ୍ତି ତାଙ୍କ ସ୍ୱାମି। ମନରେଗା କାର୍ଯ୍ୟ ରେ ଗଞ୍ଜାମ ଜିଲା ସଫଳ ହୋଇଛି, କୋଭିଡ ସମୟରେ ଅନେକ ଲୋକଙ୍କୁ ରୋଜଗାର ଦେଇଛି, ଏହା ଏକ ଭଲ କଥା କିନ୍ତୁ ଏହା ସହ ଭଲ କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ମହିଳା ମାନଙ୍କ ପାଇଁ ସୁବିଧା ହେଲେ ଭଲ ହେବ ବୋଲି ନୀଳାଦ୍ରି ବେହେରାଙ୍କ ପରି ଅନେକ ମହିଳା ଶ୍ରମିକ କହିଛନ୍ତି । କାମ କରିବା ସମୟରେ ଯଦି ଟିକେ ଥକା ଲାଗେ ତେବେ ଉଚ୍ଚ ଅଧିକାରୀଙ୍କଠୁ ଗାଳି ମଧ୍ୟ ଶୁଣିବାକୁ ହୁଏ, ବିଶ୍ରାମ ଗୃହ ର ବ୍ୟବସ୍ଥା ମଧ୍ୟ ନାହିଁ, କାର୍ଯ୍ୟ ସ୍ଥଳରେ ପିଇବା ପାଣି ର ମଧ୍ୟ ବ୍ୟବସ୍ଥା ନାହିଁ, ୮ ଘଣ୍ଟା କାମ କରୁଛୁ ୧୨୫ ଟଙ୍କା ନେଉଛୁ। ଜବ କାର୍ଡ ପାଇଁ ଅଧିକାରୀ ମାନେ ଟଙ୍କା ମାଗନ୍ତି ଅନ୍ୟାୟର ପ୍ରତିବାଦ କଲେ କାମରୁ ବିଦା କରି ଦିଆ ଯାଏ। ଏଠି ପ୍ରଶ୍ନ ଉଠୁଛି ସରକାରଙ୍କର ଗାଇଡ଼ ଲାଇନ ମାନି କାମ ହେଉନି କାହିଁକି ନିୟମ ରହିଛି ମନରେଗା କାର୍ଯ୍ୟ ରେ ୨୨୫ଟଙ୍କା ଦେବାକୁ ବ୍ୟବସ୍ଥା ରହିଛି କିନ୍ତୁ କମ ମଜୁରୀ କାହିଁକି ମିଳୁଛି, ପାଣି ଏବଂ ସେଡ ର ବ୍ୟବସ୍ଥା କରିବାକୁ କ୍ରେଜ ସୁବିଧା ପାଇଁ ମଧ୍ୟ ପାଳନ ହେଉନି ଗାଇଡ଼ ଲାଇନ l କାର୍ଯ୍ୟ ସ୍ଥଳରେ କ୍ରେଜ ବ୍ୟବସ୍ଥା ହେବ ମହିଳା ମାନେ ଛୋଟ ପିଲାଙ୍କ ଦେଖା ଶୁଣା କରିବେ ସେମାନଙ୍କୁ ପୁରୁଷ ସହ ସମାନ ମଜୁରୀ ମିଳିବ ବୋଲି ନିୟମ ରହିଥିବା ବେଳେ ଏହା କାର୍ଯ୍ୟ କାରି ହେଉନି କାହିଁକି ? ମା’ମାନେ ଛୋଟ ଛୋଟ ପିଲ୍ଲାଙ୍କୁ ଘରେ ଛାଡି ଆସୁଛନ୍ତି ଅନ୍ୟ କିଛି ମା’ ପିଲା ମାନଙ୍କ ପାଇଁ ଘରେ ବେକାର ରହୁଛନ୍ତି ତେଣୁ କ୍ରେଜ ବ୍ୟବସ୍ଥା ହେଲେ ଅଧିକ ମହିଳା ନିଯୁକ୍ତି ପାଇବେ ବୋଲୀ କହିଛନ୍ତି ମନରେଗା ଶ୍ରମିକ ଜିଲ୍ଲା ନେତ୍ରୀ ପେଦିନୀ ପାର୍ବତୀ l

ନରେଗା ଶ୍ରମିକଙ୍କୁ କେନ୍ଦ୍ର ଆଇନ ଅନୁଯାୟୀ ୨୨୫ ଟଙ୍କା ଦେବାର ନିୟମ ଥିଲେ ଵି ୧୪୦ ଟଙ୍କା ଦିଆଯାଉଛି, ଏବେ ୧୮ ଟଙ୍କା ବଢ଼ା ଗଲା। ସାରା ରାଜ୍ୟରେ ଶ୍ରମିକଙ୍କୁ ହଇରାଣ କରାଯାଉଛି, ମେସିନ କାମ କରୁଛି ସମାନ କାମକୁ ସମାନ ମଜୁରୀ ମିଳୁ ନଥିବାର ଆମକୁ ଅନେକ ଅଭିଯୋଗ ଆସୁଛି। ଶ୍ରମିକ ଙ୍କୁ ନ୍ୟାୟ ଦେବା ପ୍ରକ୍ରିୟା ଜାରି ରହିବ। ମହିଳା ମାନଙ୍କ ପାଇଁ କ୍ରେଜ ର ବ୍ୟବସ୍ଥା ପାଇଁ ମଧ୍ୟ ଦାବି କରୁଛୁ, ନିୟମ ଥିଲେ ଵି କାହିଁକି କାର୍ଯ୍ୟ କାରି ହେଉ ନାହିଁ ବୋଲି ସି.ପି.ଆଇ.ଏମ. ଏଲ ର ଶଙ୍କର ସାହୁ ଜିଲା ସମ୍ପାଦକ କହିଛନ୍ତି l ଘରେ ସବୁ କାମ ସାରି ୨ ପିଲା ଙ୍କ କଥା ବୁଝି କାମରେ ବାହାରେ ଆମର ସୁରକ୍ଷା ପାଇଁ କାମ କରିବା ସମୟରେ କିଛି ଵି ପ୍ରଦାନ କରାଯାଇ ନଥାଏ କାମ କୁ ଯିବୁ ପାଇଁ ସକାଳୁ ଉଠେ ବେଳେ ବେଳେ ବିଳମ୍ବ ହେଇଗଲେ ଘରେ ଅଧା ରୋଷେଇ କରି ଯାଏ, ଆସିବା ପରେ ଘରେ ଗାଳି ଶୁଣେ, ଶାଶୁ ଶ୍ୱଶୁର ଘର ପରିବାରଙ୍କ କାମ ଦେଖିବା ପରେ କାମ କୁ ଯାଏ ହେଲେ ମଜୁରୀ ଠିକ ସମୟରେ ମିଳେ ନାହିଁ ଏହା ସହ କେଉଁ ଦିନ କେତେ କାମ କଲେ ଵି ମୂର୍ଖ ଲୋକ ଜାଣି ପାରୁ ନାହିଁ।

ମହିଳା ମାନେ ମିଶି ସଙ୍ଘ ଠନ ରେ ମିଶିଲେ ସେମାନଙ୍କ ବୈଠକ ରେ ଉପସ୍ଥିତ ରହିଲେ କାମ ଦିଆଯିବ ନାହିଁ ବୋଲି କୁହାଯାଉଛି, ମହିଳା ମାନେ କମ କାମ କରନ୍ତି ବୋଲି ମଜୁରୀ ଅଧିକ ଦେଉନୁ ବୋଲୀ ଵିଭଗୀୟ ଅଧିକାରୀ କହିଥିବା ଅଭିଯୋଗ କରି କୁହନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ ବଡ଼ ଖଣ୍ଡି ପଂଚାୟତ ର ଗୋପୀନାଥ ପୁରର ୪୦ ବର୍ଷୀୟ ଗଉଡ଼ୁଣି ଦାସ। ସେ ଆହୁରି କୁହନ୍ତି,ମୂର୍ଖ ଲୋକ ପାଠ ପଢିନୁ ଯାହା ମଜୁରୀ ଦେଲେ ଆଣୁଛୁ ୨ବେଳା ଖାଇବାକୁ ୮ ଘଣ୍ଟା କାମ କରୁଛି, ଅନ୍ୟ କେଉଁ ଯାଗାରେ କାମ ମଧ୍ୟ ମିଳୁନି । ତେଣୁ ବାଧ୍ୟ ହୋଇ ଏଠାରେ କାମ କରୁଛି। ଘରୁ ୫ କିମି ଚାଲି ଚାଲି ଯିବାକୁ ପଡେ କାମ ସ୍ଥଳକୁ, କେଉଁ ଦିନ ଟିକେ ବିଳମ୍ବ ହେଲେ କାମ ରୁ ତଡି ଦେବା ସହ ଗାଳି ପଡେ ତେଣୁ ଘରେ ଅନ୍ୟ କାମ ସାରି ଅଧଘଣ୍ଟା ଆଗରୁ ଘରୁ କାମ ପାଇଁ ବାହାରିବାକୁ ପଡେ ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: