ଦୁନିଆର ସବୁଠୁ ସୁସ୍ଥ ପଶୁ, ଦିନରେ ଶୋଇଥାଏ ୨୨ ଘଣ୍ଟା

ଦୁନିଆର ସବୁଠୁ ସୁସ୍ଥ ପଶୁ, ଦିନରେ ଶୋଇଥାଏ ୨୨ ଘଣ୍ଟା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଡାକ୍ତରମାନେ କହିଛନ୍ତି ଯେ ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ଅତି କମରେ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି ମଣିଷ ଏହାଠାରୁ କମ୍ ଶୋଇଥା’ନ୍ତି, ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ଏହାସହ ଅଧିକ ଶୋଇବା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ପଶୁ ଅଛି, ଯାହା ଏତେ ଶୋଇଥାଏ ଯେ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହି ପଶୁର ନାମ କୋଆଲା, ଯାହା ଏକ ଶାକାହାରୀ ବଣୁଆ ଜନ୍ତୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଛରେ ରହୁଥିବା ଏହି ପ୍ରାଣୀ କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ।ଏହି ପଶୁମାନେ ଅଷ୍ଟ୍ରେଲିଆର ପୂର୍ବ ଭାଗରେ ଥିବା ୟୁକେଲିପଟାସ୍ ଜଙ୍ଗଲରେ ଦେଖିବାକୁ ମିଳନ୍ତି।

ସେମାନେ ଦିନରେ ପ୍ରାୟ ଏକ କିଲୋଗ୍ରାମ ୟୁକାଲିପଟାସ୍ ପତ୍ର ଖାଆନ୍ତି। ଏହି ପତ୍ରଗୁଡ଼ିକ ସେମାନଙ୍କର ଏକମାତ୍ର ଏବଂ ମୁଖ୍ୟ ଖାଦ୍ୟ ଅଟେ।ଏହି ପଶୁ ‘ ନୋ ଡ୍ରିଙ୍କ ‘ ଭାବେ ମଧ୍ୟ ପରିଚିତ, କାରଣ ଏହା କୋଚିତ ପାଣି ପିଇଥାଏ । ଏହି ଜୀବ ଶରୀରରେ ଜଳର ଆବଶ୍ୟକତା କେବଳ ପତ୍ରରେ ଥିବା ଆର୍ଦ୍ରତା ଦ୍ୱାରା ପୂରଣ ହୋଇଥାଏ।କୋଆଲା ଏପରି ଏକ ପ୍ରାଣୀ, ଯିଏ କି ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଇଥାଏ। ଏହି କାରଣରୁ କେତେକ ଲୋକ ଏହାକୁ ଦୁନିଆର ସବୁଠାରୁ ଶୋଉଥିବା ପଶୁ ବୋଲି ମଧ୍ୟ କହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: