ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଦୌଡ଼ରେ ନୀରଜ ଚୋପ୍ରା

ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଦୌଡ଼ରେ ନୀରଜ ଚୋପ୍ରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତର ଗୌରବ ଆଥଲେଟ ନୀରଜ ଚୋପ୍ରା ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ସ୍ଥାନ ପାଇଛନ୍ତି। ନୀରଜଙ୍କୁ ଲୌରେସ ୱାର୍ଲ୍ଡ ବ୍ରେକ ଥ୍ରୁ ଅଫ ଦି ଇୟର ଆୱାର୍ଡ ପାଇଁ ଶର୍ଟଲିଷ୍ଟ କରାଯାଇଛି । ଅଲଗା ଅଲଗା ବିଭାଗରେ ପୋଲାଣ୍ଡ ଫୁଟବଲ ଖେଳାଳି ରବର୍ଟ ଲେବାନଡିସ୍କି, ଆର୍ଜେଂଟିନାର ଲିଓନେଲ ମେସି, ସର୍ବିୟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ, ଅଷ୍ଟ୍ରେଲିଆର ଆଶଲେ ବାର୍ଟି ଏବଂ ମେସିଙ୍କ ଜାତୀୟ ଦଳ ଆର୍ଜେଂଟିନାକୁ ଏହି ତାଲିକାରେ ସାମିଲ କରାଯାଇଛି । ବିଶ୍ୱ କ୍ରୀଡାର ଏହି ସମ୍ମାନଜନକ ପୁରସ୍କାର ଅନଲାଇନ ଭୋଟିଂ ଏବଂ ଜୁରୀଙ୍କ ଦ୍ୱାରା ଚୟନ କରାଯାଇଥା। ଟୋକିଓ ଅଲିମ୍ପିକ୍ସରେ ଭାରତର ନୀରଜ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: