୫ ମାସ ପରେ ଦେଖାଦେଲେ କିମ୍‌ଙ୍କ ପତ୍ନୀ

୫ ମାସ ପରେ ଦେଖାଦେଲେ କିମ୍‌ଙ୍କ ପତ୍ନୀ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ୫ ମାସ ପରେ ଦେଖିବାକୁ ମିଳିଛି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପତ୍ନୀଙ୍କୁ। ପତ୍ନୀ ରି ସୋଲ୍ ଜୁ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଶାସକ ପରିବାର ସଦସ୍ୟମାନେ ପ୍ରାୟତଃ ବାହାରକୁ ଆସୁ ନ ଥିଲେ। ତେବେ ଲୁନାର ନ୍ୟୁ ଇଅର ଅବସରରେ କିମ୍‌ ଏବଂ ରି ରାଜଧାନୀ ପୋଙ୍ଗ୍‌ୟାଙ୍ଗରେ ମନ୍‌ସୁଡାଏ ଆର୍ଟ ଥିଏଟରରେ ଆୟୋଜିତ ଏକ ପ୍ରଦର୍ଶନ ଦେଖିବା ପାଇଁ ସେ ଆସିଥିଲେ। ତାଙ୍କୁ ଦେଖିବା ମାତ୍ରେ ଉପସ୍ଥିତ ଦର୍ଶକ ଉଲ୍ଲସିତ ହୋଇଯାଇଥିଲେ। ପ୍ରକାଶ ଯେ, ଗତ ସେପ୍ଟେମ୍ବର ୯ରେ କୁମ୍‌ସୁସାନ ପ୍ୟାଲେସ୍‌ରେ କିମ୍‌ଙ୍କୁ ଉନ୍‌ଙ୍କ ସହ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଶାସକ ଦମ୍ପତିଙ୍କ ୩ ସନ୍ତାନ ଥିବା ଦେଶର ଗୁପ୍ତଚର ସଂସ୍ଥା ମନେକରିଥାଏ। ହେଲେ ଦେଶବାସୀଙ୍କୁ ଏନେଇ ବିଶେଷ କିଛି ଜଣାନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: