ମହାସମାରୋହରେ ଆୟୋଜିତ ହେଲା NIEMର ସପ୍ତମ ସମ୍ମିଳନୀ

ମହାସମାରୋହରେ ଆୟୋଜିତ ହେଲା NIEMର ସପ୍ତମ ସମ୍ମିଳନୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାର ଯୁବପିଢୀଙ୍କୁ ଏଣ୍ଟରଟେନମେଣ୍ଟ ଇଣ୍ଡ୍ରୀଜ ପ୍ରତି ଆକୃଷ୍ଟ କରି ସେମାନଙ୍କ ପାଇଁ ସମ୍ଭାବନାର ସୁଯୋଗ ଆଣି ଦେଉଛି ଭୁବନେଶ୍ୱର ସ୍ଥିତ NIEM ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ । ନିଯୁକ୍ତିର ନୂଆ ସମ୍ଭାବନା ସାଙ୍ଗକୁ କିଛି ଭିନ୍ନ କରି ନିଜ କ୍ୟାରିଅରକୁ ନୂଆ ଦିଶା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଆଉ ସେହି ଉଦୀୟମାନ ଯୁବବର୍ଗଙ୍କ ମଧ୍ୟରେ ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରଫେସନକୁ ଲୋକପ୍ରିୟ କରାଇବା ସହ ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର କରିବା ପାଇଁ ସବୁବେଳେ ଆଗଭର ହୋଇ ଛିଡ଼ା ହୋଇଛି  NIEM ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ।

ଅଧିକ ପଢ଼ନ୍ତୁ: ଏହି ପରିବା ଜୁସ୍‌ ପିଇଲେ ହେବ ଓଜନ ହ୍ରାସ, ରୀତିମତ ଖାଇଲେ ଉଜ୍ୱଳ ଦିଶିବ ତ୍ୱଚା

ବର୍ତ୍ତମାନ ସମୟରେ ଇଭେଣ୍ଟ ମ୍ୟାନେଜମେଣ୍ଟ ସବୁ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିପାରୁଛି । ଛୋଟ ହେଉ କି ବଡ଼ ବ୍ରାଣ୍ଡ ଠାରୁ ଆରମ୍ଭ କରି ବ୍ରାଣ୍ଡ ମେକିଂ ପର୍ଯ୍ୟନ୍ତ । ମିଡିଆ ଠାରୁ ନେଇ ମଲ୍ଟି ମିଡିଆ ପର୍ଯ୍ୟନ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିଳ୍ପର ରହିଛି ବିଶେଷ ଫାଇଦା । ଆଉ ଏହାକୁ ପୂରଣ କରିଥାଏ NIEM ଏବଂ ଏଥିରୁ କୃତକାର୍ଯ୍ୟ ହୋଇ ବଜାରରେ ନିଜ ସ୍ଥିତି ଜାହିର କରୁଛନ୍ତି କୃତି ଛାତ୍ରଛାତ୍ରୀ ।

ଆଜି ୧୫ ଜୁଲାଇ ୨୦୨୩ ଏହି ଅନୁଷ୍ଠାନ ପାଇଁ ଥିଲା କିଛି ସ୍ମରଣୀୟ ମୁହୁର୍ତ୍ତ । ଆଜିର ଦିନରେ ଏହି ଶିକ୍ଷାନୁଷ୍ଠାନ ପାଳନ କରିଛି ଏହାର ସପ୍ତମ ସମ୍ମିଳନୀ ସମାରୋହ । ଓଡିଶା ରେ ୨୦୧୫ ମସିହାରୁ ଯୁବ ପିଢ଼ି ମାନଙ୍କୁ ଏହି ଇଭେଣ୍ଟ ଆଉ ଏଣ୍ଟେରଟେ ନମେଣ୍ଟ କ୍ଷେତ୍ରରେ ଇଭେଣ୍ଟ ର ଶିକ୍ଷାଗତ ଯୋଗ୍ୟତା ଦେବା ସହିତ ନୂତନ ରୋଜଗାରର ପଥ ଦେଖାଇ ଆସିଛି | ଦୀର୍ଘ ୭ ବର୍ଷ ହେଲା ଅନୁଷ୍ଠାନ ପ୍ରତି ବର୍ଷ ୭୦ ପାଖା ପାଖି ଛାତ୍ର ଛାତ୍ରୀଙ୍କୁ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପ୍ରଦାନ କରି ଆସୁଛି | ଛାତ୍ର ଛାତ୍ରୀମାନେ କ୍ୟାମ୍ପସ ପ୍ଲେସମେଣ୍ଟ ଜରିଆରେ ଭାରତର ପ୍ରମୁଖ ଇଭେଣ୍ଟ ଏବଂ ଏଣ୍ଟେରଟେନମେ ଣ୍ଟ, ଟିଭି, ମିଡିଆ, ଏନଜିଓ, ହୋଟେଲ ଇତ୍ୟାଦିରେ ଚାକିରୀ ପାଇବା ସହ ନିଜେ ମଧ୍ୟ ବ୍ୟବସାୟିକ ଉଦ୍ୟୋଗୀ ହୋଇପାରିଛନ୍ତି ।

ଅଧିକ ପଢ଼ନ୍ତୁ: ଓଜନ କମେଇବାକୁ ଖାଆନ୍ତୁ ନଡ଼ିଆ ବର୍ଫି

ଆଜି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଆୟୋଜିତ ସପ୍ତମ ସମ୍ମିଳନୀରେ  ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ OB & OCWW ବୋର୍ଡର ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର । ଶ୍ରୀମୟୀଙ୍କ ସମେତ ସେଲିବ୍ରିଟି ଗେଷ୍ଟ ଆକାଶ ଦାସ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ରଞ୍ଜିତ ସାହୁ କାର୍ଯ୍ୟକ୍ରମ ଆରମ୍ଭରେ ଦୀପ ପ୍ରଜ୍ୱଳନ କରି ସମସ୍ତ ନିମନ୍ତ୍ରିତ ଅତିଥୀଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  । ପୂର୍ବ ବର୍ଷର ମେଧାବୀମାନଙ୍କୁ ମଞ୍ଚରେ ଅତିଥୀଙ୍କ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: