Monsoon Update: ଆଜିଠୁ ବଢିବ ବର୍ଷା; ୫ ଦିନ ଯାଏଁ ନାହିଁ ନିସ୍ତାର

Monsoon Update: ଆଜିଠୁ ବଢିବ ବର୍ଷା; ୫ ଦିନ ଯାଏଁ ନାହିଁ ନିସ୍ତାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିଠୁ ବଢିବ ବର୍ଷା । ଆଉ କିଛି ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆସନ୍ତା ୫ ଦିନ ଯାଏଁ ଲାଗି ରହିବ । ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ବୌଦ୍ଧ, ପୁରୀ ଓ ଖୋର୍ଦ୍ଧାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଦିଆଯାଇଛି । ସେହିପରି ବଙ୍ଗୋପସାଗରେ ଲଘୁଚାପ ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଦକ୍ଷିଣ ଓଡ଼ିଶା ସ୍ଥିତି ବେହାଲ ହେବା ସହ ବନ୍ୟା ସ୍ଥିତି ଜଟିଳ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ଦକ୍ଷିଣ ଓଡ଼ିଶା ଆଡ଼କୁ ରହିଛି । ଫଳରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେଉଛି। ରାଜ୍ୟରେ ନିଅଣ୍ଟିଆ ବର୍ଷାର ଭରଣା ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: