କେରଳ ସୁନା ସ୍ମଗଲିଂ ମାମଲା: ସ୍ୱପ୍ନା ସୁରେଶଙ୍କୁ ଅଟକ ରଖିଲା NIA

କେରଳ ସୁନା ସ୍ମଗଲିଂ ମାମଲା: ସ୍ୱପ୍ନା ସୁରେଶଙ୍କୁ ଅଟକ ରଖିଲା NIA

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେରଳ ସୁନା ଚୋରା ଚାଲାଣ ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସ୍ୱପ୍ନା ସୁରେଶଙ୍କୁ ଅଟକ ରଖିଛି ଏନଆଇଏ। ଗତକାଲି ଏହି ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ର ସରକାର ଏନଆଇଏକୁ ହସ୍ତାନ୍ତର କରିଥିଲେ। ତଦନ୍ତ ଦାୟିତ୍ୱ ଦେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସ୍ୱପ୍ନାଙ୍କୁ ଏନଆଇଏ ଧରିବାରେ ସଫଳ ହୋଇଛି। ଏବେ ଅଟକ ରହିଛନ୍ତି କେରଳ ସରକାରଙ୍କ ଏହି ପୂର୍ବତନ ଆଇଟି ସଚିବ। ଗିରଫ କରିବା ପରେ ଏନଆଇଏ ସ୍ୱପ୍ନାକୁ ଜେରା କରିବାକୁ ନେବ ବୋଲି ଜଣାପଡ଼ିଛି। ଏହି ସୁନା ଚୋରା ଚାଲାଣ ମାମଲାରେ ସନ୍ଦୀପ ନୈଆରଙ୍କୁ ମଧ୍ୟ ଏନଆଇଏ ଅଟକ ରଖିଛି। ଉଭୟଙ୍କୁ ପଚରା ଉଚରା କରିବାକୁ ଏନଆଇଏ ନେବ ବୋଲି ଜଣାପଡ଼ିଛି। ବେଙ୍ଗାଳୁରୁର ଏକ ହୋଟେଲରେ ଉଭୟ ଲୁଚି ଥିବା ବେଳେ ଏନଆଇଏ ରେଡ୍ କରି କରିଛି।

ଜୁଲାଇ ୫ରେ କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା, ଯାହାକି ବେଆଇନ୍। ଏହା ପରେ ସୁନା ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: