ଜାନୁୟାରୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନେଦରଲାଣ୍ଡରେ ଲକଡାଉନ

ଜାନୁୟାରୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନେଦରଲାଣ୍ଡରେ ଲକଡାଉନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓମିକ୍ରନ ପାଇଁ ଜାନୁୟାରୀ ମାସ ପର୍ଯ୍ୟନ୍ତ ସମୁଦାୟ ନେଦରଲାଣ୍ଡରେ ଲକଡାଉନ ଲାଗୁ ହୋଇଛି। ବିଶ୍ୱରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆତଙ୍କ ଖେଳାଉଥିବା ବେଳେ ବିଭିନ୍ନ ଦେଶରେ କଟକଣା ଜାରି ହୋଇଯାଇଛି। ଓମିକ୍ରନ ପାଇଁ ନେଦରଲାଣ୍ଡରେ ଲାଗୁ ହୋଇଛି ଲକଡାଉନ । ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ନେଦରଲାଣ୍ଡରେ ଦେଶବ୍ୟାପୀ ଲକ୍ ଡାଉନ୍ ଲାଗୁ ହୋଇଛି। ଏଠାରେ ସମସ୍ତ ପ୍ରକାର ସାଂସ୍କୃତିକ, ମନୋରଞ୍ଜନ ଓ ସାମୁହିକ କାର୍ଯ୍ୟ କଳାପ ବନ୍ଦ ରହିବ। ଏଥିସହ ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଏନେଇ ଘୋଷଣା କରିଛନ୍ତି। ଏହାସହ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠନଗୁଡ଼ିକୁ ଜାନୁଆରି ୯ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ମାର୍କ ରୁଟେ ଆହୁରି କହିଛନ୍ତି, ଆଶାଠାରୁ ଆହୁରି କ୍ଷିପ୍ର ବେଗରେ ସଂକ୍ରମଣ କରୁଛି ଓମିକ୍ରନ । ତେଣୁ ନେଦରଲାଣ୍ଡକୁ ଲକଡାଇନ ଘୋଷଣା କରାଯାଉଛି । ନେଦରଲାଣ୍ଡରେ ଲକ୍ଡାଉନ ଲାଗୁ ହେବା ପୂର୍ବରୁ ଫ୍ରାନ୍ସ, ସାଇପ୍ରସ ଏବଂ ଅଷ୍ଟ୍ରିଆରେ ଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ସରକାର। ଭାରତରେ ୧୦୦ ରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସାରା ବିଶ୍ଵର ୫୯ ରୁ ଅଧିକ ଦେଶରେ ଓମିକ୍ରନ ଚିହ୍ନଟ ହେଲାଣି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: