ପଞ୍ଚାୟତ ନିର୍ବାଚନ ପାଇଁ ମାଗଦର୍ଶିକା ପ୍ରସ୍ତୁତ, ତାରିଖ ଘୋଷଣା ଦିନରୁ ଲାଗୁ ହେବ ଆଚରଣ ବିଧି

ପଞ୍ଚାୟତ ନିର୍ବାଚନ ପାଇଁ ମାଗଦର୍ଶିକା ପ୍ରସ୍ତୁତ, ତାରିଖ ଘୋଷଣା ଦିନରୁ ଲାଗୁ ହେବ ଆଚରଣ ବିଧି

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦୁଇରୁ ତିନି ମାସ ବାକି ରହିଥିବା ବେଳେ ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ରାଜ୍ୟ ସରକାର । ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିସଶଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ବିଜ୍ଞପ୍ତି ପ୍ରକାଶ ଦିନ ଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି ଜଣାପଡ଼ିଛି। ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି ଆଚରଣ ବିଧି ବଳବତ୍ତର ରହିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚରଣ ବିଧି ସଂକ୍ରାନ୍ତ ମାର୍ଗଦର୍ଶିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ପଞ୍ଚାୟତ ଆଇନ୍ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଚଳିତ ଥର ଭୋଟ୍ ମତଦାନ ଦିନ ଗଣତି ହେବ ନାହିଁ ଏହାସହ ଭୋଟ ପଞ୍ଚାୟତ ନୁହେଁ ବ୍ଲକରେ ଗଣତି ହେବ। ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ୍ ମୁଖ୍ୟାଳୟରେ ଭୋଟ ଗଣତି କରାଯିବ । ୩ଟି ପର୍ଯ୍ୟାୟରେ ଗଣତି ଓ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ।ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ବତନ୍ତ୍ର ଦୃ‌ଷ୍ଟି ଦିଆଯିବ । ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବିଶେଷ ଦୃଷ୍ଟି ଦିଆଯିବ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନ ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ବୃଦ୍ଧି ନେଇ ମଧ୍ୟ ପୂର୍ବରୁ ଘୋଷଣା ହୋଇ ସାରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: