ନିଟ୍ ପିଜି ପରୀକ୍ଷା ସ୍ଥଗିତ

ନିଟ୍ ପିଜି ପରୀକ୍ଷା ସ୍ଥଗିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା । ୬ରୁ ୮ ସପ୍ତାହ ପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତି ଜଣାଇଛି । ପୂର୍ବ ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା । କିନ୍ତୁ ନିଟ୍ ପିଜି ପରୀକ୍ଷା ବନ୍ଦ ରଖିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଅଭିଯୋଗ ଅନୁସାରେ, ୨୦୨୧ ନିଟି ପିଜି କାଉସେଲିଂ ତାରିଖ ଓ ଏବର୍ଷ ପରୀକ୍ଷା ତାରିଖ ଏକ ସମୟରେ ପଡୁଥିଲା । ଏଥିପାଇଁ ଏବର୍ଷ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଉଠିଥିଲା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ନିଷ୍ପତ୍ତି ନେବା ସହ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: