ସରଗରମ୍ ବିହାର ନିର୍ବାଚନ, ଏନଡିଏର ଆସନ ଭାଗବଣ୍ଟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିହାର ନିର୍ବାଚନ ପାଇଁ ଏନଡିଏ ଆସନ ବୁଝାମଣା ହୋଇଛି। ନିର୍ବାଚନରେ ବିଜେପି ୧୨୧ ଆସନରେ ଓ ଜେଡିୟୁ ୧୨୨ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନୀତୀଶ କୁମାରଙ୍କୁ ଏନଡିଏ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ମଧ୍ୟ ଘୋଷଣା କରିଛି।
ସେପଟେ ସହଯୋଗୀ ଏଲଜେପିକୁ ପ୍ରଧାନମନ୍ତ୍ରୀଙ୍କ ଛବି ବ୍ୟବହାର କରି ଭୋଟ୍ ଭିକ୍ଷା ପାଇଁ ସିଧାସଳଖ ମନା କରିଛି ବିଜେପି। ରାଜ୍ୟରେ ଜେଡିୟୁ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଛବିକୁ ଭୋଟ୍ ପାଇଁ ବ୍ୟବହାର ନକରିବାକୁ ବିଜେପି ଜଣାଇ ଦେଇଛି। ଏହାସହ ଜିତନରାମ ମାଞ୍ଝିଙ୍କ ଦଳ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

%d bloggers like this: