କରୋନା କାଳରେ କାଳିଆ କଥା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ (EXCLUSIVE): ମହାମାରୀ କରୋନା କାଳରେ କାଳିଆ ଦର୍ଶନ ଭାଗ୍ୟରେ ନାହିଁ । ଭକ୍ତ-ଭଗବାନଙ୍କ ମଧ୍ୟରେ ଏହି ମହାମାରୀ ଲକ୍ଷ୍ମଣ ରେଖା ଟାଣିଛି । ସଂକ୍ରମଣ ଭୟରେ ଶ୍ରୀକ୍ଷେତ୍ର ଆଗମନର ସୌଭାଗ୍ୟ ସିନା ନାହିଁ କିନ୍ତୁ ଭକ୍ତ ମନରେ କାଳିଆ କଳାଠାକୁର ତ ଅଛନ୍ତି । ତନ, ମନ, ଯୌବନ ଯାହା ପାଇଁ ସମର୍ପିତ ସେଇ କାଳିଆ ଗୋସାଇଁଙ୍କ ପାଇଁ ଏହି କରୋନା କାଳରେ ଏକ ସୁନ୍ଦର ଭଜନ ଗାଇ ଶୁଣାଇଛନ୍ତି ଯୁବ କଣ୍ଠଶିଳ୍ପୀ ରାଜକିଶୋର ଡାକୁଆ ।

ପେଶାରେ ଜଣେ ସାମ୍ବାଦିକ  ଆଉ ନିଶା ଗୀତ ରଚନା ଓ ସ୍ୱର ସଂଯୋଜନା । ପୂର୍ବରୁ ମଧ୍ୟ କରୋନା ମହାମାରୀକୁ ନେଇ ଜନସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୀତ ରଚନା କରି ତାକୁ କଣ୍ଠ ପ୍ରଦାନ କରିଥିଲେ ଯାହା ବେଶ୍ ଦର୍ଶକୀୟ ଆଦୃତି ହାସଲ କରିଛି । ଶ୍ରୋତାଙ୍କ ମନକୁ ପ୍ରଥମ ମ୍ୟୁଜିକ ଭିଡିଓ ଛୁଇଁଥିଲା ଆଉ ଏବେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି ରାଜକିଶୋର, ଯାହାର ନା ରହିଛି ‘ହେ ଦୀନବାନ୍ଧବ’। ଏହି ଭଜନଟି ଏଆରବି ହୋମ୍ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ।

ପ୍ରିଜମ୍ ନ୍ୟୁଜ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାଜକିଶୋର କହିଛନ୍ତି, ‘ ସାମ୍ବାଦିକତା ପେଶା ହେଲେ ବି ଗୀତ ରଚନା କରିବା ଓ ଗାଇବା ମୋ ନିଶା। ସଂଗୀତରେ ଅହରହ ବୁଡ଼ି ରହିବା ଏବଂ ଲୋକଙ୍କୁ ମୋ ଗୀତ ମାଧ୍ୟମରେ ସଚେତନ କରିବା ମୋର ପ୍ରାଥମିକତା।’

ଏଆରବି ହୋମ୍ ପ୍ରଡକ୍ସନ ଏହାର ପ୍ରଯୋଜନ ଭାର ସମ୍ଭାଳିଥିବା ବେଳେ ଡକ୍ଟର ଜୟଶ୍ରୀ ଧଳ ସଂଯୋଜନା କରିଛନ୍ତି । ଅଲ ଏବାଉଟ ଅଲିଉଡ୍ ଏହାର ପ୍ରମୋସନ ପାର୍ଟନର ରହିଛି । ଉଭୟ ଦର୍ଶକ ଓ ଶ୍ରୋତାଙ୍କ ମହଲରେ ଏହାକୁ ବେଶ୍ ପସନ୍ଦ କରାଯାଉଛି ।

https://www.facebook.com/rajakishor.dakua
%d bloggers like this: