ଖଣି ଉତ୍ତୋଳନରେ ରାଜ୍ୟର ୧୧୨ କୋଟି ରାଜସ୍ୱହାନୀ, ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାର୍ଚ୍ଚ ୨୦୧୮ ସୁଦ୍ଧା ରାଜ୍ୟର ଆୟବ୍ୟୟର ହିସାବ ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଦ୍ୱାରା ସିଏଜି ରିପୋର୍ଟ ଉପସ୍ଥାପିତ ହେବା ପରେ ରିପୋର୍ଟରେ ଥିବା ସମସ୍ତ ତଥ୍ୟ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛି ଏଜି ବିଭୂଦତ୍ତ ବସନ୍ତିଆ। କୋଇଲା ଖଣି ଉତ୍ତୋଳନରେ କୋଇଲାର ଗ୍ରେଡ୍ ଠିକ୍ ଢଙ୍ଗରେ ଦିଆ ନ ଯିବାରୁ ୧୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାଜସ୍ୱ ହାନୀ ହୋଇଛି। ଲଘୁ ଖଣିଜ ଦ୍ରବ୍ୟ ଉପରେ ପ୍ରବେଶ କର ନିର୍ଦ୍ଧାରଣ କରାଯାଇ ନ ଥିବାରୁ ୫୬ ଲକ୍ଷ ଟଙ୍କାର କର ଓ ଜରିମାନା ଆଦାୟ ହୋଇପାରିନାହିଁ। ଅବକାରୀ କ୍ଷେତ୍ରରେ କମ୍ ପରିମାଣର ମଦ ଉଠାଣ ହୋଇଥିବାରୁ ଲାଇସେନ୍ସଧାରୀଙ୍କ ଠାରୁ ୧୦ କୋଟିରୁ ଅଧିକ ଶୁଳ୍କ ବାବଦରେ ଆଦାୟ ହୋଇପାରିନାହିଁ। ୨୦୧୬ -୧୭ ତୁଳନାରେ ୨୦୧୭-୧୮ରେ ରାଜ୍ୟ ସରକାର ୨୦ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ କରିଛନ୍ତି। ୨୦୧୭ -୧୮ ଆର୍ଥିକ ବର୍ଷରେ ୨୨ଟି ପ୍ରସଙ୍ଗରେ ସିଏଜି ତାଙ୍କ ରିପୋର୍ଟରେ ଆୟ ବ୍ୟୟରେ ହିସାବ ରଖିଛନ୍ତି।

%d bloggers like this: