ବନ ଅଣ୍ଡାଳୁଛି ଏନସିବି, ଲକ୍ଷ୍ୟ ଏବେ ବଡ଼ ଶିକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଏବେ ବଡ଼ ମାଛ ଶିକାର ଲକ୍ଷ୍ୟରେ ଏନସିବି। କରନ ଜୋହରଙ୍କ ଘରେ ପାର୍ଟି ହୋଇଥିବା ପ୍ରମାଣ ମିଳିଛି। ଫରେନସିକ ରିପୋର୍ଟରୁ କରନ ଜୋହରଙ୍କ ଘରେ ୨୦୧୯ ଜୁଲାଇ ୨୮ରେ ପାର୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ସେପଟେ ଆସନ୍ତା ୩ ଅକ୍ଟୋବର ଯାଏ ଧର୍ମା ଏକଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷିତୀଜଙ୍କୁ ରିମାଣ୍ଡରେ ନେଇଛି ଏନସିବି। ବର୍ତ୍ତମାନ ସୁଦ୍ଧା ମାମଲାରେ ପାଖାପାଖି ୨୦ ଜଣଙ୍କୁ ଗିରଫ କରିବା ପରେ ବି ଫୁଲ ଆକ୍ସନ ମୋଡ଼ରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।


ଗତକାଲି ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ଜେରା କରିବା ପରେ ସେମାନଙ୍କଠାରୁ ୭ଟି ମୋବାଇଲ ଫୋନ ଜବତ ହୋଇଛି। ଡ୍ରଗ୍ସ ଲିଙ୍କରେ ବଲିଉଡର ୫୦ରୁ ଅଧିକ ସେଲିବ୍ରିଟି ଥିବା ନେଇ ଏନସିବି ନୂଆ ରଣ ନୀତି ପ୍ରସ୍ତୁତ କରୁଛି। ମୁମ୍ବାଇ ସମେତ ଦିଲ୍ଲୀ ଓ ଗୋଆରେ ଏନସିବି ପକ୍ଷରୁ ଚଢ଼ାଉ ଜାରି ରହିଛି। ଏନସିବି ଡିଜି ରାକେଶ ଆସ୍ଥାନା ଉଭୟ ଦିଲ୍ଲୀ ଓ ମୁମ୍ବାଇ ଏନସିବି ଟିମ ସହ ଆଲୋଚନା କରିଛନ୍ତି। ଶନିବାର ଜେରା ହୋଇଥିବା ୩ ସେଲିବ୍ରିଟିଙ୍କ ଡ୍ରଗ୍ସ ଲିଙ୍କ ସ୍ପଷ୍ଟ ହୋଇଛି। କିନ୍ତୁ ୩ ଅଭିନେତ୍ରୀ ନିଜେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି, ଯାହାକୁ ନେଇ ଏନସିବି ଖୋଳତାଡ଼ ଜାରି ରଖିଛି।

%d bloggers like this: