କାମ ଦେଲାନି ବିରୋଧ, ଆଇନରେ ପରିଣତ ହେଲା କୃଷି ବିଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୃଷି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ସଂସଦରେ କୃଷି ବିଲ୍ ପାରିବ ହେବା ପରେ ରାଷ୍ଚ୍ରପତିଙ୍କ ନିକଟକୁ ବିଲ ଅନୁମୋଦନ ପାଇଁ ପଠାଯାଇଥିଲା ।ଆଜି ବିଲକୁ ରାଷ୍ଟ୍ରପତି ଅନୁମୋଦନ କରିବା ପରେ କୃଷି ବିଲ-2020 ଆଇନରେ ପରିଣତ ହୋଇଛି ।
ଲୋକସଭାରେ ପାରିତ ହେବା ପରେ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା। ବିରୋଧୀଙ୍କ ବିରୋଧ ସତ୍ତ୍ୱେ ସରକାର ଏହାକୁ ପାରିତ କରିଥିଲେ। ଏହାପରେ ସାରା ଦେଶରେ ବିରୋଧର ସ୍ୱର ଦେଖିବାକୁ ମିଳିଥିଲା। ବିଭିନ୍ନ କୃଷକ ସଂଗଠନ ଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଥିଲେ । ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ପ୍ରତିବାଦରେ ସାମିଲ ଥିଲା। ବିଶେଷ କରି ପଞ୍ଜାବରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସତ୍ତ୍ୱେ ରାଷ୍ଟ୍ରପତିଙ୍କ ନିକଟକୁ ବିଲ ପଠା ଯାଇଥିଲା ଏବଂ ରାଷ୍ଟ୍ରପତି ଏହି ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହି ବିଲ ଏବେ ଆଇନରେ ପରିଣତ ହୋଇଛି।

%d bloggers like this: