ଚିନ୍ତା ବଢ଼ାଇଲା କୋରୋନା, କେମିତି ହେବ ବିଧାନସଭା ଅଧିବେଶନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସିଲା ବିଧାନସଭା କୋରୋନା ଟେଷ୍ଟ ରିପୋର୍ଟ। ପରୀକ୍ଷା ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କେରୋନା ଟେଷ୍ଟ ହୋଇଥିଲା। ବର୍ତ୍ତମାନ ବିଧାନସଭା ବିଶୋଧନ କରାଯାଇ ଅଧିବେଶନ ଆରମ୍ଭ କରାଯିବ। ବିଧାନସଭା ପରିସରରେ କୋରୋନା ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ବିଧାନସଭା ପରିସରରେ ୬ଟି କାଉଣ୍ଟରରେ ନମୁନା ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ପ୍ରାୟ ୪୦ ଜଣ ପ୍ରତିକ୍ଷା କରିବା ଭଳି ଦୁଇଟି ପ୍ରତିକ୍ଷାଳୟ ମଧ୍ୟ ହୋଇଥିଲା, ଯେଉଁଠି ଅପେକ୍ଷା କରି ଜଣେ ନମୁନା ଦେଇପାରିବ। ପ୍ରଥମ ଦିନରେ ୭୫୭ ଜଣ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ନମୁନା ସଂଗ୍ରହ ହୋଇଥିଲା। ସେହିପରି ବାଚସ୍ପତିଙ୍କ ସମେତ ୨୦ ଜଣ ବିଧାୟକଙ୍କ ମଧ୍ୟ ପ୍ରଥମ ଦିନରେ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ପୁଣି କୋରୋନା ପରୀକ୍ଷା ସହ ସୋମବାର ବିଧାନସଭା ପରିସରକୁ ବିଶୋଧନ କରାଯିବ। ଆସନ୍ତା ୨୯ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ।

%d bloggers like this: