ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟ ଶାସନ ସଚିବ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ରଖିଛନ୍ତି। ‘ସୁନ୍ଦରଗଡ଼ରେ ୫ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ହୋଇଛି’। ସମସ୍ତ ଭିତ୍ତିଭୂମି ଥିବା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅସିତ ତ୍ରିପାଠୀ ଜଣାଇଛନ୍ତି।

%d bloggers like this: