
ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ନବୀନ ଆଲୋଚନା କରିଛନ୍ତି। କ୍ଷତିପୂରଣ ନେଇ ବୈଠକରେ ନିଷ୍ପତ୍ତି ପରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକଙ୍କୁ ମିଳିବ ୫୦ କେଜି ଚାଉଳ ସାଙ୍ଗକୁ ୫ ଶହ ଟଙ୍କା ଲେଖାଏଁ ସହାୟତା ରାଶି। ବନ୍ୟା ପାଇଁ ଅନେକ ଅଞ୍ଚଳ ଜଳମଗ୍ନ, ଚାଷ ଜମିରେ ପାଣି ପଶିଛି, ରାସ୍ତା ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ଅନେକ ଘର ମଧ୍ୟ ନଷ୍ଟ ହୋଇଛି। ତ୍ୱରିତ ପଦକ୍ଷେପ ନେଇ ଖୁବଶୀଘ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱାଭାବିକ ସ୍ଥିତିକୁ ଅଣାଯିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Undertook an aerial survey of flood affected areas. #OdishaFlood has waterlogged many districts, marooned many villages, agricultural crops, damaged houses, disrupted roads and other infrastructure. Expeditious steps are being taken to restore normal life in flood affected areas. pic.twitter.com/2o5tcDBiTO
— Naveen Patnaik (@Naveen_Odisha) August 31, 2020