ଦୁଇଖଣ୍ଡ ହୋଇଗଲା ଦୁବାଇରୁ ଆସିଥିବା AI ବିମାନ : ପାଇଲଟ୍ ଙ୍କ ସମେତ 14 ମୃତ…

ଦୁଇଖଣ୍ଡ ହୋଇଗଲା ଦୁବାଇରୁ ଆସିଥିବା AI ବିମାନ : ପାଇଲଟ୍ ଙ୍କ ସମେତ 14 ମୃତ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେରଳର କୋଝିକୋଡ଼ିରେ ବଡ଼ ଧରଣର ବିନାମ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ ଖବର ଲେଖା ହେଲାବେଳକୁ 14ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 123ଜଣ ଗୁରୁତର ହୋଇଛନ୍ତି । ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସୁଥିଲା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ । କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ଏତେ ଜଣଙ୍କ ଜୀବନ ଯାଇଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣା ଲାଗି ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କେନ୍ଦ୍ର ଗୃ‌ହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଉଦ୍ଧାରକାର୍ଯ୍ୟ ଲାଗି ଏନଡିଆରଏଫ୍ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି କହିଛନ୍ତି।

ବିମାନର ମୁଖ୍ୟ ପାଇଲଟ ଥିଲେ ପାଇଲଟ୍ ଭି.ଡି ସାଠେ ଓ ତାଙ୍କର ସହଯୋଗୀ ଥିଲେ ଅଖିଳେଶ କୁମାର। ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ହେଉଥିବାରୁ ରନୱେ ଠିକ ଭାବେ ଦେଖାଯାଉଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି ଅବତରଣ ସମୟରେ ବିମାନର ଅଗ୍ରଭାଗ ମାଡ଼ ହୋଇଯିବା ପରେ ବିମାନ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପକ୍ଷରେ ପାଇଲଟ୍ ଅଭିଜ୍ଞ ହୋଇଥିବାରୁ ଅବତରଣ ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: