ଧର୍ମାନୁଷ୍ଠାନ ପରେ ଏବେ ଶିକ୍ଷାନୁଷ୍ଠାନ ଉପରେ ନଜର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧର୍ମାନୁଷ୍ଠାନ ପରେ ଏବେ ଶିକ୍ଷାନୁଷ୍ଠାନ ଉପରେ ନଜର। ଖୁବଶୀଘ୍ର ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିପାରେ। ଏନେଇ ଚୁମ୍ବକରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଆଗକୁ ପରୀକ୍ଷା ଥିବାରୁ ବିଶ୍ୱବିଦ୍ୟାଳୟ ସବୁ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ବର୍ତ୍ତମାନ ସମୟରେ ଦେଶରେ କୋରୋନା ପରିସ୍ଥିତି ସଙ୍ଗିନ ଥିବାରୁ ବିଶ୍ୱବିଦ୍ୟାଳୟ ଖୋଲିବ କି ନାହିଁ, ସେ ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ। ତେବେ ଲକଡାଉନ ଶେଷ ପରେ ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଅନକଲ-୩ ଚାଲିଥିବା ବେଳେ ସେଥିରୁ ଶିକ୍ଷାନୁଷ୍ଠାନକୁ ବାଦ୍ ଦିଆଯାଇଥିଲା। ଫଳସ୍ୱରୂପ ଲକଡାଉନ ପରଠାରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ମାତ୍ର UGC ସମସ୍ତ ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବାରୁ ଏବେ ବିଶ୍ୱବିଦ୍ୟାଳୟ ସବୁ ଖୋଲିବାକୁ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *