ବ୍ୟାନ ହେବ PUBG ଅନଲାଇନ୍ ଗେମ୍ : ଆସନ୍ତୁ ଜାଣିବା କାହିଁକି…

ବ୍ୟାନ ହେବ PUBG ଅନଲାଇନ୍ ଗେମ୍ : ଆସନ୍ତୁ ଜାଣିବା କାହିଁକି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ବ୍ୟାନ୍ ହେବାକୁ ଯାଉଛି ଆଉ ଏକ ଲୋକପ୍ରିୟ ଅନଲାଇନ୍ ଗେମ୍ PUBG । ଏନେଇ ଭାରତ ସରକାର ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି । ପୂର୍ବରୁ ଟିକଟକ, ହ୍ୟାଲୋ ଆପ୍ ଭଳି ୫୯ଟି ଚାଇନିଜ୍ ମୋବାଇଲ ଆପ୍ଲିକେସନକୁ ସରକାର ଦେଶରେ ବ୍ୟାନ କରିସାରିଛନ୍ତି । ଆଉ ଏବେ ପୁଣି ଥରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସାଇବର ସିକ୍ୟୁରିଟି ଏବଂ ଡାଟା ଚୋରୀ ସନ୍ଦେହ କାରଣରୁ ଏହି ଲୋକପ୍ରିୟ ଗେମ୍ କୁ ଭାରତରେ ନିଷିଦ୍ଧ କରାଯିବ ।

ଭାରତ ସରକାରଙ୍କ ପକ୍ଷରୁ ଅଧିକା 47ଟି ମୋବାଇଲ ଆପ୍ଲିକେସନ ଓ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ ବି କରାସାରିଛନ୍ତି । ଏହାପରେ ଏବେ PUBGକୁ ବ୍ୟାନ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁଗଲ ପ୍ଲେ ଷ୍ଟୋରରୁ ଏହି ସବୁ ଆପ୍ଲିକେସନ ହଟାଇ ଦିଆଯାଇଛି ।

ସୂଚନା ଥାଉ କି ଅନଲାଇନ ଗେମ୍ ଆପ୍ଲିକେସନ PUBG ଭାରତ ସମେତ ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ ହୋଇ ସାରିଛି । ଭାରତରେ ଏହାର ୟୁଜର୍ସ ସଂଖ୍ୟା ୧୭୫ ମିଲିୟନ ରହିଛି । ଏହା ସାଉଥ କୋରିଆର ଏକ କମ୍ପାନୀ ବ୍ଲୁହ୍ୱେଲ ଦ୍ୱାରା ବିକଶିତ କରାଯାଇଥିବା ଏକ ଅନଲାଇନ ଭିଡିଓ ଗେମ୍ । ଏହା ସାଉଥ କୋରିଆନ୍ କମ୍ପୀନୀର ହୋଇଥିଲେ ମଧ୍ୟ ଏଥିରେ ଚାଇନାର କିଛି ଭିଡିଓ ଗେମ୍ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି । ଆଉ ଏହି କାରଣରୁ ଭାରତ ସରକାର ଏହାର ବ୍ୟାନ ଉପରେ ଏବେ ବିଚାର ବିମର୍ଶ କରୁଛନ୍ତି । ଯଦି ତଥ୍ୟ ଚୋରୀ ଓ ସାଇବର ସିକ୍ୟୁରିଟି ଉପରେ କୌଣସି ପ୍ରକାର ସନ୍ଦେହ କିମ୍ବା ପ୍ରଶ୍ଚବାଚୀ ସୃଷ୍ଟି ହୁଏ ତେବେ ଖୁବ ଶୀଘ୍ର ଏହା ମଧ୍ୟ ଭାରତରୁ ବ୍ୟାନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଭାରତରେ PUBGକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଉଥିବା ଆଲୋଚନା ହେଉଛି । ବିଭିନ୍ନ ସମୟରେ ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି ଯେ, ସେମାନଙ୍କ ସନ୍ତାନମାନେ ଏହି ଅନଲାଇନ୍ ଗେମ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି । ପିଲାମାନଙ୍କ PUBG ଖେଳିବା ଅଭ୍ୟାସ ଯୋଗୁଁ ସେମାନଙ୍କ ସହ ଅଭିଭାବକମାନେ ମଧ୍ୟ ଉଭୟ ମାନସିକ ଅବସାଦ ଏବଂ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏହି କାରଣକୁ ବିଭିନ୍ନ ରାଜ୍ୟ ସରକାର ଏହି ଅନଲାଇନ୍ ଗେମ୍ ର ସାମୟିକ ବ୍ୟାନ ସପକ୍ଷରେ ମଧ୍ୟ ନିଜ ପକ୍ଷ ରଖିସାରିଛନ୍ତି ।

ବିବାଦ ଅଧିକ ହେଲା ପରେ PUBG ପକ୍ଷରୁ ଅଭିଭାବକ ଏବଂ ସରକାରଙ୍କୁ ଆଶ୍ୱାସନା ଦେଇଥିଲା ଏବଂ ମତ ନେଇଥିଲା ଯେ, କେମିତି ଏକ ସୈଖିକ ବାତାବରଣ ମଧ୍ୟ ଏହାକୁ ଯୁବପୀଢ଼ି ବ୍ୟବହାର କରିପାରିବେ । କିଛି ଦିନ ତଳେ ପାକିସ୍ତାନ ସରକାର ମଧ୍ୟ ଏହି ଅନଲାଇନ୍ ଗେମ୍ ଉପରେ ପ୍ରତିବନ୍ଧକ ଲଗାଇଛି । ୟୁଜର୍ସଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପକାଉଥିବା ଅଭିଯୋଗ ପରେ ଏହା ପାକିସ୍ତାନରେ ବ୍ୟାନ ହୋଇଥିଲା । ଏହା ପରେ ଜୁଲାଇ ୨୬ରେ ଏହାକୁ ପାକିସ୍ତାନର ଏକ କୋର୍ଟ ଉଠାଇ ନେଇଛନ୍ତି ।  

0 Comments

Leave Your Comment

Your email address will not be published. Required fields are marked *

%d bloggers like this: