ରିଅଲ ‘ମଦର ଇଣ୍ଡିଆ’ଙ୍କୁ ଟ୍ରାକ୍ଟର ଉପହାର: ସୋନୁ ସୁଦ୍ ଙ୍କୁ ଭଗବାନ ଭଳି ପୂଜା କଲେ ଦୁଇ ଭଉଣୀ….

ରିଅଲ ‘ମଦର ଇଣ୍ଡିଆ’ଙ୍କୁ ଟ୍ରାକ୍ଟର ଉପହାର: ସୋନୁ ସୁଦ୍ ଙ୍କୁ ଭଗବାନ ଭଳି ପୂଜା କଲେ ଦୁଇ ଭଉଣୀ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:1957 ମସିହାରେ ରିଲିଜ କରିଥିଲା ବଲିଉଡ୍ ଫିଲ୍ମ ‘ମଦର ଇଣ୍ଡିଆ’ ଯାହା ସେ ସମୟରେ ଏକ ବ୍ଲଗବଷ୍ଟର ସିନେମା ସାବ୍ୟସ୍ତ ହୋଇଥିଲା । ମେହବୁବ୍ ଖାନ୍ ଅଭୀନିତ ଏହି ମୋଲେ ଡ୍ରାମାର ଗୋଟିଏ ଝଲକ କେବଳ ଭାରତ ନୁହେଁ ସାରା ବିଶ୍ୱ ଆଖିରେ ଲୁହ ଝରେଇ ଦେଇଥିଲା । ସେହି ସିନ୍ ଥିଲା ଗରିବ ମାଆ ଭୂମିକାରେ ଅଭିନୟ କରୁଥିବା ନର୍ଗିସ ଦତ୍ତ ହଳକୁ ନିଜ କାନ୍ଧରେ ପକାଇ ବିଲରେ ଚାଷ କରୁଥିଲେ ।  ସୁନୀଲ ଦତ୍ତ ଏବଂ ରାଜେନ୍ଦ୍ର କୁମାର ମଧ୍ୟ ଏହି ଫିଲ୍ମରେ ଜୀବନ ଭରି ଦେଇଥିଲେ । ଅଭାନ ଅନଟନ ମଧ୍ୟରେ କେମିତି ଜଣେ ମାଆ ନିଜ ସନ୍ତାନମାନଙ୍କୁ ବଡ଼ କରୁଛି ନିଜର ପରିବାର ପ୍ରତିପୋଷଣ କରୁଛି ତାହା ଏହି ଫିଲ୍ମରେ ଦର୍ଶାଯାଇଥିଲା ।

ଇଏ ଥିଲା ରିଲ୍ ର କଥା ଫିଲ୍ମର କଥା ରୂପେଲି ପରଦାର ନାଟ୍ୟଚିତ୍ରର କଥା । ଏଇ ଭାରତରେ କିନ୍ତୁ ଏବେ ବି ଅନେକ ମଦର ଇଣ୍ଡିଆ ଅଛନ୍ତି । ସମୟ ସିନା ବଦଳି ଯାଇଛି , ଯୁଗ ସହ ତାଳ ଦେଇ ଟେକ୍ନୋଲଜି ସିନା ବଦଳି ଯାଇଛି ହେଲେ ବଦଳିନି ଅଭାବୀ ମଣିଷର ଚିତ୍ର । ଦୂର ହୋଇନି ଦୀନ ଦରିଦ୍ରର ଦୁଃଖ । ଆଜି ବି ଅଭାବ ଅନଟନ ମଧ୍ୟରେ ଲୋକେ ଜୀବନ ମରଣ ମଧ୍ୟରେ ଛଟପଟ ହେଉଛି ପେଟକୁ ଦି ମୁଠା ଖାଇବା ପାଇଁ କିନ୍ତୁ ସରକାର କୋରନା କାଳରେ ଖାଲି ଆଶ୍ୱସନା ଦେଉଛନ୍ତି ସିନା କିନ୍ତୁ କିଛି ଫଳ ପ୍ରଦ ହେଉନି ।

ଏଭଳି ସମୟରେ ରିଅଲ ମଦର ଇଣ୍ଡିଆକୁ ସହଯୋଗର ହାତ ବଢ଼ାଇଛନ୍ତି ବଲିଉଡର ନାୟକ, ସମାଜର ସୁପରହିରୋ, ଅଭାବି ମଣିଷଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦ୍ । ଜଣେ ଗରିବ ପରିବାରକୁ ଆର୍ଥିକ ସହଯୋଗ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୋନୁ ସୁଦ୍ ।  ସକାଳ ଦୁଇ ଉଭଣୀ ବିଲରେ ହଳ କରୁଥିବା ଏକ ଫଟୋ ଦେଖିଥିଲେ ସୋନୁ । ବାସ୍ ସଂଧ୍ୟା ବେଳକୁ ସେହି ପରିବାରକୁ ଏକ ଟ୍ରାକ୍ଟର ବଢ଼ାଇ ଦେଇଥିଲେ ଉପହାର ସ୍ୱରୂପ । ଆଉ ଏବେ ଏହାକୁ ନେଇ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି କହୁଛନ୍ତି ସୋନୁ ସୁଦ୍ ଙ୍କୁ ଭଲ ପାଉଥିବା ସ୍ନେହ କରୁଥିବା ଓ ଶ୍ରଦ୍ଧା କରୁଥିବା ମଣିଷ ।

ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାର ମଦନପାଲୀର ଜଣେ ଟମାଟ ଚାଷୀ ନିଜ ଦୁଇ ଝିଅକୁ ନେଇ ବିଲରେ ହଳ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । କରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ପାଇଁ ନିଜର ଜମା ପୁଞ୍ଜି ହରାଇ ବସିଥିଲେ ଟମାଟ ଚାଷୀ ଜଣଙ୍କ । ଏପରିକି ଭଡ଼ାରେ ହଳ ନେଇ ଚାଷ କରିବାକୁ ବି ସମ୍ବଳ ନଥିଲା । ଶେଷରେ ଦୁଇ ଝିଅଙ୍କ ବେକରେ ଲଙ୍ଗଳ ଭାର ଦେଇ ହଳ କରାଉଥିଲେ ଯାହାର ଭିଡିଓ ଟ୍ୱିଟରରେ ପୋଷ୍ଟ କରିବା ପରେ ବିଚଳିତ ହୋଇ ପଡ଼ିଥିଲେ ସୋନୁ ସୁଦ୍ । ସକାଳେ ଦେଖିଥିବା ଏହି ଭିଡିଓକୁ ନେଇ ସେ ଏତେ ମର୍ମାହତ ହୋଇଗଲେ ଯେ, ସଂଧ୍ୟା ସୁଦ୍ଧା ସଂପୃକ୍ତ ପରିବାରକୁ ଏ ସୋନାଲୀ ଟ୍ରାକ୍ଟର ପହଞ୍ଚାଇ ଦେଲେ । ଆଉ ତା ପରେ ସୁପରହିରୋଙ୍କୁ ନେଇ ଅନେକ କାହାଣୀ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଅନେକ ଶବ୍ଦ ପାଉନାହାନ୍ତି ସୋନୁଙ୍କୁ ସମର୍ପିତ କରିବା ପାଇଁ, କେବଳ ଭଗବାନ ବନାଇ ପୂଜା କରୁଛନ୍ତି ଅନେକ । ଲକଡାଉନ ପରେ ପରେ ସୋନୁ ସୁଦ୍ ଅନେକଙ୍କ ପାଇଁ ଦେବଦୂତ ସାଜି ଏମିତି ମହତ କାମ କରିଆସୁଛନ୍ତି ଯାହାକୁ ନେଇ ସାରା ଦେଶ ଆଜି ଗର୍ବ କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: