ସୁପ୍ରିମକୋର୍ଟରେ ପ୍ରଶାନ୍ତ ଭୂଷଣ ମାମଲା; ସୋମବାର ରାୟ ଶୁଣାଇବେ କୋର୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଶାନ୍ତ ଭୂଷଣ କୋର୍ଟ ଅବମାନନା ମାମଲାରେ ଆସନ୍ତା ସୋମବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଉଲ୍ଲେଖଯୋଗ୍ୟ, ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କୁ ଗତ ୧୪ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ମାମଲାର ଦଣ୍ଡବିଧାନ ଶୁଣାଇବାକୁ ଅଗଷ୍ଟ ୨୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, ଅଗଷ୍ଟ ୨୦ରେ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରି ସେ ଅଗଷ୍ଟ ୧୪ ଆଦେଶର ପୁନଃ ସମୀକ୍ଷା କରିବାକୁ ଚାହୁଁଥିବାରୁ ତାଙ୍କୁ ଏଥିପାଇଁ ୩୦ଦିନ ସମୟ ଦେବାକୁ ଏବଂ ତାଙ୍କ ପ୍ରତି ହେବାକୁ ଥିବା ଦଣ୍ଡବିଧାନକୁ ଅନ୍ୟ ଏକ ଖଣ୍ଡପୀଠରେ କରାଇବାକୁ ଆବେଦନ କରିଥିଲେ। ହେଲେ, ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ଆଗତ ଯାଚିକାକୁ ଖାରଜ କରି ଦେଇଥିଲେ ଏବଂ ନିଜ ବିବାଦୀୟ ବିବୃତିର ପୁନର୍ବିଚାର କରିବାକୁ ପ୍ରଶାନ୍ତ ଭୂଷଣଙ୍କୁ ଅଗଷ୍ଟ ୨୪ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ।

Leave a Reply

Your email address will not be published. Required fields are marked *