ବିପତ୍ତି ବେଳେ ବୋଝ ବଢ଼ାଇଲା ବିଜୁଳି ବିଲ୍; ୟୁନିଟ୍ ପିଛା ଏତିକି ପଇସା ଅଧିକ ଦେବେ ଉପଭୋକ୍ତା

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀରେ ରୋଜଗାର ହରାଇଥିବା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଏବେ ପୁଣି ଆର୍ଥିକ ବୋଝ ପକାଇଛନ୍ତି ବିଦ୍ୟୁତ ବିତରଣ କମ୍ପାନୀ ।  ୟୁନିଟ୍ ପିଛା ୨୦ ପଇସା ଅଧିକ ବିଦ୍ୟୁତ ଶୁଳ୍କ ବଢ଼ାଇଯାଇଛି । ଆସନ୍ତା ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି।

ବଡ଼ କଥା ହେଉଛି ବିଦ୍ୟୁତ କମ୍ପାନୀଗ୍ରାହକଙ୍କ ଠାରୁ ଆଉ ମିଟର ରେଣ୍ଟ ନେବେନାହିଁ ବୋଲି ମଧ୍ୟ OERC ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଦ୍ଧିତ ଦର କୁଟୀର ଜ୍ୟୋତି, ବିପିଏଲ୍, ଚାଷୀଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି କୁହାଯାଉଛି ତାହା କିନ୍ତୁ ବିଲ୍ ଆସିବା ପରେ ହିଁ ସ୍ପଷ୍ଟ ହେବ ।

 ବିତରକ କଂପାନିମାନେ ବିଦ୍ୟୁତ ବିତରଣରେ ହେଉଥିବା କ୍ଷତି ଦର୍ଶାଇବା ପରେ OERC  ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି।

%d bloggers like this: