ଲୋକଙ୍କୁ ପାଗଳ କରୁଛି ବର୍ଷ ଧରି ଗାଁରେ ସୁଭୁଥିବ ବିକଟାଳ ଧ୍ୱନି

ଲୋକଙ୍କୁ ପାଗଳ କରୁଛି ବର୍ଷ ଧରି ଗାଁରେ ସୁଭୁଥିବ ବିକଟାଳ ଧ୍ୱନି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଇଂଲଣ୍ଡରେ ଏପରି ଗୋଟେ ଗାଁ ଅଛି, ଜାହାସହିତ ଏକ ଅଜବ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ ନିଜ ଗାଁକୁ ବହୁତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କର ସମସ୍ୟା ହେଉଛି ଯେ ସେମାନେ ନିଜ ସୁନ୍ଦର ଘର ଏବଂ ଗାଁରେ ରାତିରେ ଶାନ୍ତିରେ ଶୋଇ ପାରନ୍ତି ନାହିଁ । ଏହା ଚୋର ଏବଂ ଡକାୟତମାନଙ୍କ ଭୟ ଯୋଗୁଁ ନୁହେଁ, ବରଂ ଏକ ଅଜବ ଧ୍ୱନି ଯୋଗୁଁ, ଯାହାକି ବର୍ଷ ବର୍ଷ ଧରି ସେମାନଙ୍କ ଶାନ୍ତି ଛଡ଼ାଇ ନେଇଛି। ଇଂଲଣ୍ଡର ୟର୍କସାୟାରରେ ଏପରି ଗୋଟିଏ ଗାଁ ଅଛି, ଯେଉଁଠାରେ ଦିନରାତି ଏକ ରହସ୍ୟମୟ ଶବ୍ଦ ହୋଇଥାଏ। ଗାଁର ନାମ ହୋମଫିଲ୍ଡ। କୌଣସି ଇଞ୍ଜିନ କିମ୍ବା ୱାଶିଂ ମେସିନ ଚାଲିବା ଭଳି ଏହି ଶବ୍ଦ ଦିନରାତି ହେବା ସହ ସଠାନି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। କୌତୁହଳର ବିଷୟ ହେଉଛି ଏହି ଧ୍ୱନି କେଉଁଠୁ ଆସୁଛି ତାହା କେହି ଜାଣନ୍ତି ନାହିଁ। ବହୁ ବର୍ଷ ଧରି, ସ୍ଥାନୀୟ ବାସିନ୍ଦାମାନେ ଏହି ଅଦ୍ଭୂତ ପ୍ରକାରର ଶବ୍ଦ ଶୁଣୁଛନ୍ତି ଏବଂ ଏହା ପଛରେ ଥିବା ଉତ୍ସ ଜାଣିବାକୁ ଚେଷ୍ଟା କରୁଛନ୍ତି।

ଏହାର କାରଣ ଜାଣିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଥିଲେ, କିନ୍ତୁ ସେ ମଧ୍ୟ ଏହି ରହସ୍ୟର ସମାଧାନ କରିପାରିନଥିଲେ। ଏଠାରେ ରହୁଥିବା ଲୋକମାନେ କୁହନ୍ତି ଯେ, ଶବ୍ଦଟି ୱାଶିଂ ମେସିନ୍ କିମ୍ବା ଡିଜେଲ ଇଞ୍ଜିନ ଚଲାଇବା ପରି ହୋଇଥାଏ। ଏହି ଧ୍ୱନି ପାଇଁ ରାତିରେ ଲୋକମାନେ ଶୋଇପାରୁ ନଥିବା ବେଳେ ଏପରି ଶବ୍ଦର କ୍ରମାଗତ ଶୁଣାଣି ଯୋଗୁଁ ଗାଁର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। କିଛି ଲୋକ ଏପରି କୁହନ୍ତି ଯେ ସେମାନଙ୍କର ମସ୍ତିଷ୍କର ସ୍ନାୟୁ ଫାଟିବା ଆରମ୍ଭ କରେ ଏହି ଧ୍ୱନି ଶୁଣି।ବିବିସି ରିପୋର୍ଟ ଅନୁଯାୟୀ, ଏହି ଶବ୍ଦ ଯୋଗୁଁ ଏଠାରେ ଲୋକମାନେ କାନ ଏବଂ ମସ୍ତିଷ୍କରେ ଚାପ ଅନୁଭବ କରନ୍ତି। ଲୋକମାନେ ନିଜ ଘର ଏବଂ ଗାଁକୁ ଭଲ ପାଆନ୍ତି କିନ୍ତୁ ଏହି ଶବ୍ଦ ସେମାନଙ୍କୁ ଅସୁବିଧାରେ ପକାଉଛି ।

୨୦୧୯ ରେ ପ୍ରଥମ ଥର ପାଇଁ ଲୋକମାନେ ଏହି ଧ୍ୱନି ଶୁଣିଲେ ଏବଂ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତରେ ୩ ଟି ଜିନିଷକୁ ନେଇ ସନ୍ଦେହ କରାଯାଇଥିଲା କିନ୍ତୁ ଅଧିକାରୀମାନେ ପ୍ରକୃତ କାରଣ ଜାଣିପାରିଲେ ନାହିଁ । ଶବ୍ଦ ବିଶେଷଜ୍ଞ ପିଟର ରୋଜର୍ସ ବିସିସିଆଇକୁ କହିଛନ୍ତି ଯେ ଏହି ଶବ୍ଦ କାରଖାନା କିମ୍ବା ପ୍ରବାହିତ ଜଳ କିମ୍ବା ଟ୍ରାନ୍ସଫର୍ମର କିମ୍ବା ଟେଲିଗ୍ରାଫ୍ ପୋଲରୁ ହୋଇପାରେ। ଏହି ମୁହୂର୍ତ୍ତରେ କେହି ସିଧାସଳଖ କିଛି କହିପାରୁ ନାହାନ୍ତି ଯେ ଧ୍ୱନି କେଉଁଠୁ ଆସୁଛି ଏବଂ ଏହା କେବେ ବନ୍ଦ ହେବ? ତେବେ ଏହାକୁ ସ୍ଥାନୀୟ ଲୋକ ଦୈବୀ ଶକ୍ତି ଓ ଆତ୍ମା ସହ ଯୋଡ଼ିଛନ୍ତି ମଧ୍ୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: