ଟନେଲରୁ ହଠାତ୍ ଉଭେଇ ଗଲା ଯାତ୍ରୀବାହି ଟ୍ରେନ, ୧୨୫ ବର୍ଷ ପରେବି ମିଳୁନି ପତ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅତୀତର ଇତିହାସକୁ ଦେଖିଲେ ଏମିତି କିଛି ଘଟଣା ଆମ ସମ୍ନାକୁ ଆସେ, ଯାହା ସମ୍ପୂର୍ଣ୍ଣ ଭାବେ ଆମକୁ ଚମକାଇ ଦିଏ। ସେମିତି ଗୋଟିଏ ରହସ୍ୟ ବିଷୟରେ ଆମେ ଆଜି କହୁଛୁ। ଏହା ଏକ ଟ୍ରେନ୍ ନିଖୋଜ ହେବାର ରହସ୍ୟ। ଯେଉଁଥିରେ ଅନେକ ଯାତ୍ରୀ ମଧ୍ୟ ଥିଲେ। ଟ୍ରେନଟି ଶହେ ବର୍ଷ ଆଗରୁ ଯାତ୍ରୀମାନଙ୍କ ସହିତ ଅଦୃଶ୍ୟ ହୋଇଗଲା ଯେ ଆଜି ପର୍ଯ୍ୟନ୍ତ ତାର କୌଣସି ପତା ମିଳୁ ନାହିଁ। ଘଟଣାଟି ୧୯୧୧ ମସିହାରେ ଘଟିଥିବା ବେଳେ ନିଖୋଜ ଟ୍ରେନଟି ଇଟାଲୀର । ଟ୍ରେନରେ ସମୁଦାୟ ୧୦୬ ଜଣ ଯାତ୍ରୀ ରହିଥିଲେ, ଟ୍ରେନ୍ ଟି ଗୋଟିଏ ଟନେଲରେ ପ୍ରବେଶ କରିବା ପରେ ହଠାତ୍ କେଉଁଆଡ଼େ ଅଦୃଶ୍ୟ ହୋଇଯାଇଥିଲା ଏବଂ ତାହା ପରଠୁ ଏବେ ପର୍ଯ୍ୟନ୍ତ ବାହାରକୁ ଆସିନାହିଁ।
ରୋମାନ ଷ୍ଟେସନରୁ ଜାନେଟୀ ନାମକ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରା ସମୟରେ ଟ୍ରେନ୍ ଏକ ଟନେଲ୍ ଦେଇ ଯିବାକୁ ଥିଲା, କିନ୍ତୁ ଟ୍ରେନଟି ଟନେଲରେ ପ୍ରବେଶ କରିବା ମାତ୍ରେ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା। ଟ୍ରେନ୍ ନିଖୋଜ ହେବା ପରେ ବହୁତ୍ ଖୋଜାଖୋଜି କରାଯାଇଥିଲା କିନ୍ତୁ କୌଣସି ଖବର ମିଳିନଥିଲା। ତେବେ ପରେ ପରେ ସମାନ ଟ୍ରେନରେ ଯାତ୍ରା କରିଥିବା ଦୁଇଜଣ ବ୍ୟକ୍ତି ଟନେଲ ବାହାରେ ଭେଟ ହୋଇଥିଲେ। ଏହି ଟ୍ରେନ୍ ବିଷୟରେ ସେମାନେ ଏପରି ଏକ ଘଟଣା କହିଥିଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କହିଥିଲେ ଯେ ଟ୍ରେନ୍ ଟନେଲ୍ ନିକଟରେ ପହଞ୍ଚିବା ମାତ୍ରେ ସେଠାରୁ ଏକ ରହସ୍ୟମୟ ଧୂଆଁ ବାହାରୁଥିଲା। ଏହା ଦେଖି ସେ ବହୁତ ବିବ୍ରତ ହୋଇ ଟ୍ରେନରୁ ଡେଇଁ ପଡ଼ିଲେ।
ଏହା ପରେ ଟ୍ରେନ୍ ଟନେଲରେ ପ୍ରବେଶ କଲା ଏବଂ ତାହା ଆଉ ଫେରିଲା ନାହିଁ। କୁହାଯାଏ ଯେ ସେହି ଟ୍ରେନ୍ ୭୧ ବର୍ଷ ପଛୁଆ ଚାଲିଯାଇଥିଲା ଅର୍ଥାତ୍ ଅତୀତକୁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟ୍ରେନଟି ୧୮୪୯ ମସିହାରେ ମେକ୍ସିକୋରେ ପହଞ୍ଚିଥିଲା। ଯେଉଁଥି ପାଇଁ ଏହାକୁ ଭୂତ ଟ୍ରେନ୍ ମଧ୍ୟ କୁହାଯାଏ। ମେକ୍ସିକୋର ଡାକ୍ତରମାନେ ଦାବି କରିଛନ୍ତି ଯେ ସେ କାର୍ଯ୍ୟ କରୁଥିବା ଡାକ୍ତରଖାନାରେ ୧୦୪ ଜଣଙ୍କୁ ରହସ୍ୟମୟ ଭାବରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସମସ୍ତେ ପାଗଳ ହୋଇଯାଇଥିଲେ। ତେବେ ସେମନେ ନିଶ୍ଚିତ ଭାବରେ କହୁଥିଲେ ଯେ ସେ ଟ୍ରେନରେ ଏଠାକୁ ଆସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ସମୟରେ ସେପରି କୌଣସି ଟ୍ରେନ୍ ତିଆରି ହୋଇନଥିଲା, ଯାହା ସିଧାସଳଖ ରୋମରୁ ମେକ୍ସିକୋ ଯାଉଥିଲା। ଏହାସହ ସେହି ଲୋକମାନଙ୍କର ମେକ୍ସିକୋକୁ ଆସିବାର କୌଣସି ରେକର୍ଡ ମଧ୍ୟ ନଥିଲା। ଏହି ଅଦ୍ଭୁତ ଘଟଣା ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ପାଇଁ ରହସ୍ୟ ହୋଇ ରହିଛି। ଏହାଠୁ ବଡ ରହସ୍ୟ ହେଉଛି ଟ୍ରେନଟି ଇଟାଲୀ, ଋଷ, ଜର୍ମାନୀ ଏବଂ ରୋମାନିଆର ଅନେକ ସ୍ଥାନରେ ଦେଖାଯାଇଥିବାର ଦାବି କରାଯାଇଥିଲା। ପ୍ରତ୍ୟେକ ଥର ଲୋକମାନେ ଦେଖିଥିବା ଟ୍ରେନ୍ ୧୯୧୧ ମସିହାରେ ଟନେଲରେ ପ୍ରବେଶ କରି ଅଦୃଶ୍ୟ ହୋଇଯାଇଥିବା ଟ୍ରେନ୍ ସହିତ ସମାନ ଥିଲା ବୋଲି କୁହାଯାଉଥିଲା।

Leave a Reply

Your email address will not be published. Required fields are marked *