ଜାତୀୟ ସଙ୍ଗୀତକୁ ଅବମାନନା କରି ଅଡୁଆରେ ମମତା

ଜାତୀୟ ସଙ୍ଗୀତକୁ ଅବମାନନା କରି ଅଡୁଆରେ ମମତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜାତୀୟ ସଙ୍ଗୀତାକୁ ଅବମାନନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ତାଙ୍କ ବିରୋଧରେ ମୁମ୍ବାଇ କୋର୍ଟ ସମନ ଜାରି କରିଛି । ଆସନ୍ତା ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବା ନେଇ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ଏକ ସାଧାରଣ ସମାରୋହରେ ଯୋଗ ଦେବାକୁ ମମତା ମୁମ୍ବାଇ ଯାଇଥିଲେ । ସେଠାରେ ସେ ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ବିଜେପିର ଜଣେ ନେତା ଅଭିଯୋଗ କରିଛନ୍ତି। ବଲିଉଡ ସେଲିବ୍ରେଟିଙ୍କ ସହ ବୈଠକ ଅବସରରେ ମମତା ଜାତୀୟ ସଙ୍ଗୀତକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । କେବଳ କିଛି ଧାଡି ଗୁଣୁଗୁଣୁ ହୋଇ ଚୁପ ହୋଇ ଯାଇଥିଲେ । ପରେ ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା। ଯାହା ମମତାଙ୍କୁ ଭାରି ପଡ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: