ଆସୁଛି ଅମିତାଭଙ୍କ ଫିଲ୍ମ ଝୁଣ୍ଡ

ଆସୁଛି ଅମିତାଭଙ୍କ ଫିଲ୍ମ ଝୁଣ୍ଡ

ଝୁଣ୍ଡପ୍ରିଜିମ ନ୍ୟୁଜ ବ୍ୟୁରୋ: ଘୋଷଣା ହେଲା ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଝୁଣ୍ଡର ରିଲିଜ ତାରିଖ। ବିଗ୍ ବି ଅମିତାଭ ବଚ୍ଚନ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଅମିତାଭଙ୍କ ଅଭିନୀତ ଏହି ଫିଲ୍ମର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେ ପୋଷ୍ଟର ଶେୟାର କରି ଲେଖିଛନ୍ତି ଆମ ଟିମ ଆସୁଛି, ପ୍ରସ୍ତୁତ ରହୁନ୍ତୁ । ଏହା ଆସନ୍ତା ମାର୍ଚ୍ଚ ୪ରେ ରିଲିଜ ହେବ । ନାଗରାଜ ପୋପଟରାଓ ମଂଜୁଲେ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବିଗ ବି ସ୍ଲମ ସକ୍କର ସଂସ୍ଥାପକ ବିଜୟ ବରସେଙ୍କ ଭୂମିକା କରୁଛନ୍ତି । ବସ୍ତି ଏବଂ ତଳିଆ ଅଂଚଳରେ ରହୁଥିବା ଯୁବକମାନଙ୍କୁ ଫୁଟବଲ ପ୍ରଶିକ୍ଷଣ ଦେବା ସହ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ଶିକ୍ଷା ଏହି ଫିଲ୍ମର ବିଷୟବସ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: