ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷର ଚାକିରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯଦି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍ ଆଫର ମିଳେ, ତେବେ ଅନେକ ଥର ଜଣେ ବ୍ୟକ୍ତି ୱାର୍କ ପ୍ରୋଫାଇଲ୍ ସଠିକ୍ ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ । କଳ୍ପନା କରନ୍ତୁ ଯଦି ପନିପରିବା ତୋଳିବା ପାଇଁ ବର୍ଷକୁ ୬୩ ଲକ୍ଷ ଟଙ୍କା ଦିଆଯାଏ, ତେବେ କି କାହିଁକି ଏମିତି ଚାକିରି କରିବାକୁ ଆପତ୍ତି କରିବେ? ଯୁକ୍ତରାଜ୍ୟର ଏକ କୃଷି କମ୍ପାନୀ କର୍ମଚାରୀଙ୍କୁ ବର୍ଷସାରା କୋବି କାଟିବା ପାଇଁ ୬୨,୪୦୦ ପାଉଣ୍ଡ ବେତନ ପ୍ରଦାନ କରୁଛି । ଏହା ସହିତ, ଅନ୍ୟ କେତେକ ଜିନିଷ ଅଛି, ଯାହା ଏହି କାର୍ଯ୍ୟ ପ୍ରତି ଯେ କୌଣସି ବ୍ୟକ୍ତିଙ୍କୁ ଆକର୍ଷିତ କରିବ।
ଏହି କାର୍ଯ୍ୟର ବିଜ୍ଞାପନ ଟି ଏଚ୍ କ୍ଲେମେଣ୍ଟସ୍ ଏବଂ ସୋନ୍ ଲିମିଟେଡ୍(T H Clements and Son Ltd) ଦ୍ୱାରା ପ୍ରକାଶ କରାଯାଇଛି। ବିଜ୍ଞାପନରେ ଦର୍ଶାଯାଇଛି ଯେ ବର୍ଷସାରା ଫାର୍ମରୁ କୋବି ଏବଂ ବ୍ରୋକୋଲି ତୋଳିବା କାର୍ଯ୍ୟ ପାଇଁ ପ୍ରତି ଘଣ୍ଟାରେ ୩୦ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ଦୈନିକ ୩୦୦୦ ରୁ ଅଧିକ ବେତନ ମିଳିବ। ଅର୍ଥାତ୍ ଗୋଟିଏ ବର୍ଷରେ ଏହି ଚାକିରିରୁ ୬୩ ଲକ୍ଷ ୧୧ ହଜାର,୬୪୧ ଟଙ୍କା ମିଳିବ।

ଫିଲ୍ଡ ଅପରେଟିଭ୍ ଘଣ୍ଟା ପ୍ରତି 3000 ଟଙ୍କା ପାଇବେ :
ଏହି କାର୍ଯ୍ୟ ପାଇଁ ଦୁଇଟି ବିଜ୍ଞାପନ ଅନଲାଇନରେ ପ୍ରକାଶିତ ହୋଇଛି। ଗୋଟିଏ ବିଜ୍ଞାପନରେ ଦର୍ଶାଯାଇଛି ଯେ କୋବି କାଟିବା ପାଇଁ କମ୍ପାନୀ ଫିଲ୍ଡ ଅପରେଟର ଖୋଜୁଛି। ଏହି କାମଟି ହେଉଛି ଖଣ୍ଡ ହିସାବ, ଅର୍ଥାତ୍ ଯେତିକି କୋବି ଏବଂ ବ୍ରୋକୋଲି ତୋଳିବ ସେହି ସଂଖ୍ୟା ଅନୁଯାୟୀ, ଟଙ୍କା ମିଳିବ। ଏହି ଚାକିରିରେ ଘଣ୍ଟା ପ୍ରତି ୩୦୦୦ ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି। ଏହି କାମ ପୁରା ବର୍ଷସାରା ଚାଲିବ। କୌତୁହଳର ବିଷୟ ହେଉଛି ଚାକିରିରେ ଦରମା ପ୍ରତ୍ୟେକ ଖଣ୍ଡ ଅନୁଯାୟୀ ଦିଆଯାଉ ଥିବାରୁ, ଗୋଟିଏ ଦିନରେ ଅଧିକ ଟଙ୍କା ରୋଜଗାର କରିବାର ବିକଳ୍ପ ମଧ୍ୟ ରହିଛି। ତୋଳାଯାଉଥିବା ପନିପରିବା ସଂଖ୍ୟା ଅନୁଯାୟୀ ଟଙ୍କା ଅଧିକ କିମ୍ବା କମ ହୋଇପାରେ। ତେବେ, କୃଷି କାର୍ଯ୍ୟରେ ଏତେ ଦରମା ଅଫରରେ ଚାକିରି ମିଳିବା ଅନେକଙ୍କୁ ଚକିତ କରିଛି।

Leave a Reply

Your email address will not be published. Required fields are marked *