ରହସ୍ୟମୟ ବିରଳ ଗଛ, କ୍ଷଣକରେ ନେଇଯାଏ ମଣିଷ ଜୀବନ

ରହସ୍ୟମୟ ବିରଳ ଗଛ, କ୍ଷଣକରେ ନେଇଯାଏ ମଣିଷ ଜୀବନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଶ୍ୱରେ ପ୍ରକୃତିର ଏପରି କିଛି ନମୁନା ରହିଛି, ଯାହାକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିବା କଷ୍ଟକର ହୋଇପଡେ। ତେବେ ଆମେ ସମସ୍ତେ ଦେଖିଥିବା ଯେ କୌଣସି ଗଛ କାଟିବା ସମୟରେ କିଛି ତରଳ ପଦାର୍ଥ ବାହାରିଥାଏ। ସମ୍ପ୍ରତି ଏଭଳି ଏକ ନୂତନ ବୃକ୍ଷ ବୈଜ୍ଞାନିକମାନେ ଖୋଜି ପାଇଛନ୍ତି ଯାହା ଅତ୍ୟନ୍ତ ରହସ୍ୟମୟ। ଏହି ଗଛ କାଟିବା ସମୟରେ ଏକ ସ୍ୱତନ୍ତ୍ର ପ୍ରକାରର ତରଳ ଧାତୁ ଉତ୍ପନ୍ନ ହୋଇଥାଏ । ଦକ୍ଷିଣ ପ୍ରଶାନ୍ତର ନ୍ୟୁ କୈଲେଡୋନିଆ ଦ୍ବୀପରେ ଏହି ରହସ୍ୟମୟ ବର୍ଷାବନ ଗଛ ଦେଖିବାକୁ ମିଳିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ୱୀପରେ ଥିବା ଗଛ କାଟିବା ଦ୍ୱାରା ଏଥିରୁ ରକ୍ତ ପରି ଏକ ତରଳ ପଦାର୍ଥ ବାହାରିଥାଏ, ଯାହା ଅତ୍ୟନ୍ତ ବିଷାକ୍ତ ଅଟେ। ଏହା ମଣିଷ ଶରୀରରେ ପଡ଼ିଲେ ବଞ୍ଚିବା କଷ୍ଟକର ହୋଇପଡିବ। Pycnandra acuminata ନାମକ ଏହି ଗଛର ଛେଲିକୁ କାଟିବା ଦ୍ଵାରା ଏଥିରୁ ଉଜ୍ଜ୍ୱଳ ନୀଳ-ସବୁଜ ତରଳ ପଦାର୍ଥ ଉତ୍ପନ ହୋଇଥାଏ। ରିପୋର୍ଟ ଅନୁଯାୟୀ, ଏହି ନିର୍ଦ୍ଦିଷ୍ଟ ତରଳ ପଦାର୍ଥରେ ୨୫ ପ୍ରତିଶତ ଧାତୁ ରହିଥାଏ, ଯାହା ଏହାକୁ ବିଷାକ୍ତ କରିଥାଏ। ଏହି ଗଛରୁ ବାହାରୁଥିବା ତରଳ ପଦାର୍ଥର ମଧ୍ୟ ଅନ୍ୟ ଗଛ ପାଇଁ ଅତ୍ୟଧିକ ବିଷାକ୍ତ ବୋଲି ପ୍ରମାଣିତ ହୋଇଛି।
ଅନୁମାନ କରାଯାଏ ଯେ, ଏହି ବିଷାକ୍ତ ତରଳ ପ୍ରାୟ ୭୦୦ ପ୍ରଜାତିର ଉଦ୍ଭିଦ ମାନଙ୍କ ପାଖରୁ ଅସ୍ୱାଭାବିକ ଭାବେ ମିଳିଥାଏ । ଏହି ତରଳ ପଦାର୍ଥକୁ ହାଇପରଏକ୍ୟୁମୁଲେଟର୍ସ (hyperaccumulators) କୁହାଯାଏ। ଏହା ଏକ ପ୍ରକାର ଧାତୁ ହୋଇଥିବା ବେଳେ ସେହି ନାମରେ ଏହି ଗଛକୁ ଚିହ୍ନିତ କରାଯାଇଛି। ଏହି ଧାତୁ ସେହିଭଳି ଉଦ୍ଭିଦଗୁଡିକରେ ମିଳିଥାଏ ଯେଉଁମାନେ କି ବିଶେଷ ସରଞ୍ଚନା ହେତୁ ପୃଥିବୀରୁ ଅତ୍ୟଧିକ ପ୍ରଦୂଷକ ଗ୍ରହଣ କରିଥାଏ।
ଏହିପରି ଗଛ ଶୁଖା ଯାଇ ଇନ୍ଧନ ଭାବରେ ବ୍ୟବହୃତ ହୁଏ । କାରଣ ଏହା କମ୍ ପ୍ରଦୂଷଣ ସୃଷ୍ଟି କରେ। ପାରମ୍ପାରିକ ଖଣିରେ ଆବଶ୍ୟକତା ଠାରୁ କମ୍ ଶକ୍ତି ମଧ୍ୟ ବ୍ୟବହାର କରେ। ଏଥିରୁ ଉଚ୍ଚ ଗୁଣବତ୍ତା, ଉଚ୍ଚ ଗ୍ରେଡ୍ ଧାତୁ ପଥର ମଧ୍ୟ ଅନେକ ସମୟରେ ମିଳିଥାଏ । କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଡଃ ଆଣ୍ଟୋନି ଭ୍ୟାନ୍ ଡେର୍ ଏଣ୍ଟଙ୍କ ରିପୋର୍ଟ ଅନୁଯାୟୀ, ନ୍ୟୁ କୈଲେଡୋନିଆ ପାଇକେନ୍ଦ୍ର ଆକ୍ୟୁମିନିଟା ଏକ ବୃହତ୍ (୨୦ ମିଟର ଉଚ୍ଚ) ବିରଳ ବର୍ଷାବନ ଗଛ ଅଟେ । ଡକ୍ଟର ଆଣ୍ଟୋନି ଆହୁରି ମଧ୍ୟ କହିଛନ୍ତି, ‘ ହାଇପରଏକ୍ୟୁମୁଲେଟର୍ସ ଗୁଡିକ ସାଧାରଣ ଉଦ୍ଭିଦ ପ୍ରଜାତି ଅପେକ୍ଷା ୧୦୦-୧୦୦୦ ଗୁଣ ଅଧିକ ପ୍ରଦୂଷକ ଗ୍ରହଣ କରିପାରନ୍ତି। ଏଥିସହ ଏହିପରି ଗଛଗୁଡିକ ଏକ ସମୟରେ କିମ୍ବା ଏକରୁ ଅଧିକ ମୃତ୍ତିକା ପ୍ରଦୂଷକ ମଧ୍ୟ ଗ୍ରହଣ କରିଥାନ୍ତି। ସେମାନଙ୍କର ଅଭିବୃଦ୍ଧିର ଗତି ଅତ୍ୟନ୍ତ ମନ୍ଥର । ତେଣୁ ସେମାନଙ୍କର ପରୀକ୍ଷା ଏବଂ ବିଷୟଗୁଡ଼ିକ ଉପରେ ଗବେଷଣା କରିବା ଏକ ଚ୍ୟାଲେଞ୍ଜ ଅଟେ। ଏହି ଗଛ ଫୁଲ ଏବଂ ମଞ୍ଜି ଉତ୍ପାଦନ ପାଇଁ ଦଶନ୍ଧି ସମୟ ନେଇଥାଏ। ଡକ୍ଟର ଆଣ୍ଟୋନିଙ୍କ କହିବାନୁଯାୟୀ ଖଣି, ଜଙ୍ଗଲରେ ନିଆଁ ଲାଗିବା ଏବଂ ବାରମ୍ବାର ଗଛ କାଟିବା କାରଣରୁ ଏପରି ବିରଳ ଗଛର ଅସ୍ତିତ୍ୱ ବିପଦରେ ପଡ଼ିଛି। ଭିନ୍ନ ପରିବାରର ଗଛ ସହ ହାଇପରଏକ୍ୟୁମୁଲେଟର୍ସ ଗୁଡିକ ବୃଦ୍ଧି ପାଇଥାଏ, ଏହି ପ୍ରକ୍ରିୟା ଲକ୍ଷ ଲକ୍ଷ ବର୍ଷ ନେଇଥାଏ। ବୈଜ୍ଞାନିକମାନେ ଏବେ ସେହି ଗଛ ଓ ତରଳ ପଦାର୍ଥର ଅଧିକ ସତ୍ୟାସତ୍ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: